SBI ପକ୍ଷରୁ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମାଙ୍କ ଦ୍ୱାରା ଅମୃତ ବାଟିକା ସ୍ଥାପିତ

ଆଜାଦି କା ଅମୃତ ମହୋତ୍ସବ (AKAM) ର ଏକ ଅଂଶ ଭାବରେ ଏବଂ “ମେରୀ ମାଟି ମେରା ଦେଶ” ମେଗା କାର୍ଯ୍ୟକ୍ରମ ଅଧୀନରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ୱର ମଣ୍ଡଳ ଓଡିଶାର ପ୍ରଥମ “ଅମୃତ ବାଟିକା” ଭୁବନେଶ୍ୱରର ବରମୁଣ୍ଡା ମ୍ୟୁନିସିପାଲିଟି ହାଇସ୍କୁଲରେ ବୃକ୍ଷରୋପଣ ସହିତ ଆରମ୍ଭ କରିଛି ।

ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ଏକ ଚାରା ଗଛ ରୋପଣ କରି ଅମୃତ ବାଟିକାକୁ ଉଦ୍ଘାଟନ କରିଥିଲେ। ଷ୍ଟେଟ ବ୍ଯାଙ୍କ ଦ୍ଵାରା କରାଯାଇଥିବା ଏହି ଅମୃତ ବାଟିକା ଓଡ଼ିଶାରେ ପ୍ରଥମ ।

ଏହି କାର୍ଯ୍ୟକ୍ରମରେ ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ, ସହାୟକ ମହାପ୍ରବନ୍ଧକ (ବିପଣନ ଓ ସମ୍ପ୍ରେଷଣ) ଶ୍ରୀ ଅମରଶ ଦାସ, ସ୍ଵେଚ୍ଛା ସେବୀ ସଂଗଠନ ଆଜିର ସୃଜନୀର ପରିଚାଳନା ମୁଖ୍ୟ ଶ୍ରୀମତୀ ସୁଜାତା ନନ୍ଦ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ବୃକ୍ଷରୋପଣ କାର୍ଯ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ଷ୍ଟେଟ ବ୍ଯାଙ୍କ ଚଳିତ ବର୍ଷ ଓଡ଼ିଶାର ବିଦ୍ୟାଳୟ ଓ ଅନୁଷ୍ଠାନମାନଙ୍କରେ 50,000 ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିସାରିଛି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!