ହିମାଚଳରେ ପ୍ରଳୟ

ହିମାଚଳରେ ବାଦଲଫଟା ବର୍ଷା ।ଗତକାଲି ରାତିରେ ହୋଇଥିବା ବର୍ଷା ଯୋଗୁ ସାରାରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଭୂସ୍ଖଳନ ଯୋଗୁ ସିମଲାର ଏକ ଶିବ ମନ୍ଦିର ତଳେ ପ୍ରାୟ ୩୦ଜଣ ଶ୍ରଦ୍ଧାଳୁ ଦବି ରହିଛନ୍ତି । ଲ୍ୟାଣ୍ଡସ୍ଲାଇଡ ଯୋଗୁ ୭ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଯୋଗୁ ରାଜ୍ୟର ୬୨୧ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମଣ୍ଡି ଜିଲ୍ଲାରେ ସର୍ବାଧିକ ୨୩୬ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଭୂସ୍ଖଳନ ଯୋଗୁ କେଦାରନାଥ ପୀଠକୁ ଯିବା ରସ୍ତା ଜାମ୍ ହୋଇଥିବାରୁ ଶ୍ରଦ୍ଧାଳୁମାନେ ଫସିରହିଛନ୍ତି । ରେସ୍କ୍ୟୁ ଟିମ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ହରିଦ୍ବାର ନିକଟରେ ଗଙ୍ଗା ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!