ଆପ୍ଟି ପ୍ଲସ୍ ର ସମ୍ବର୍ଦ୍ଧନା ଉତ୍ସବ: ସଂଘର୍ଷମୟ ଯାତ୍ରା ବଖାଣିଲେ ଛାତ୍ରଛାତ୍ରୀ

ଆପ୍ଟି ପ୍ଲସ୍ ଏକାଡେମୀ ତରଫରୁ ଜୟଦେବ ବିହାର ସ୍ଥିତ ଏକ ହୋଟେଲରେ ଓଡିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷା- ୨୦୨୧ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସମ୍ବଦ୍ଧନା ଉତ୍ସବ ସହ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗର ପୂର୍ବତନ ସେକ୍ରେଟାରୀ ଅରବିନ୍ଦ ବେହେରା, ସମ୍ମାନିତ ଅତିଥି ଆଇଏଏସ୍ ଜୁବିନ୍ ମହାପାତ୍ର, ପ୍ରଫେସର ଗୋପାଲ୍ କୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ଏଠାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଆଗାମୀ ଯାତ୍ରା ପାଇଁ ଶୁଭେଚ୍ଛା ଓ କିଭଳି ପ୍ରସ୍ତୁତ ରହିବେ ସେ ନେଇ ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଯୋଗ ଦେଇ ସଫଳ

ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟର ସୁଯୋଗ ପାଇଥିଲେ। ଆପ୍ଟି ପ୍ଲସ୍ ଏକାଡେମୀର ନିର୍ଦ୍ଦେଶକ ଡ. ସୁସିଜିତ୍ ସାହୁ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦୃଢ଼ ପ୍ରସ୍ତୁତି ଦ୍ଵାରା ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଦିଲ୍ଲୀର ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକାଙ୍କ ଦ୍ଵାରା ଆପ୍ଟି ପ୍ଲସ୍ ଏକାଡେମୀରେ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ବର୍ତ୍ତମାନ ଆଇଏଏସ୍ ଏବଂ ଓଏଏସ୍‌ ନୂତନ କୋଟିଂ ବ୍ୟାଚ୍ ନିମନ୍ତେ ନାମଲେଖା ଚାଲୁ ଥିବା ଏଥିରେ ସୂଚନା ଦିଆଯାଇଛି।

Post Views96 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!