ଅଭିନେତ୍ରୀଙ୍କୁ ୬ ମାସ ଜେଲ୍‌

୮୦ ଦଶକର ଫେମସ୍‌ ଆକ୍ଟ୍ରେସ ତଥା ବିଜେପି ସାଂସଦ ଜୟାପ୍ରଦାଙ୍କୁ ୬ ମାସ ଜେଲ । ଜୟାପ୍ରଦାଙ୍କ ଉପରେ ୫ ହଜାର ଟଙ୍କାର ଜରିମାନା ଲାଗିଛି ।ଅଦାଲତ ଜୟାପ୍ରଦାଙ୍କ ବିଜନେସ ପାର୍ଟନର ରାମ କୁମାର ଏବଂ ରାଜା ବାବୁଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି । ଜୟାପ୍ରଦା ନିଜ ଥିଏଟରରେ କାମ କରୁଥିବା ଲୋକଙ୍କୁ ଇଏସଆଇ ପଇସା ଦେଇନଥିବା ଅଭିଯୋଗ ଲାଗିଥିଲା ।ଜୟାପ୍ରଦା ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ଅଭିନେତ୍ରୀ । କିନ୍ତୁ ୧୯୯୪ରେ ଅଭିନୟ ଜଗତ ଛାଡି ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇ ରାଜନୀତିରେ ଏଣ୍ଟ୍ରି କରିଥିଲେ । ଏହା ପରେ ରାଜ୍ୟସଭା ସାଂସଦ ଏବଂ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହି ମାମଲାରେ ଅଦାଲତଙ୍କ ଏହି ଅପିଲକୁ ଖାରଜ କରିବା ସହିତ ଜୟାପ୍ରଦାଙ୍କୁ ଜରିମାନା ସହିତ ୬ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!