ବିଶ୍ବର ସର୍ବୋଚ୍ଚ ସଡ଼କ ନିର୍ମାଣ କରିବ ଭାରତ

ଭାରତ ବିଶ୍ବ ରେକର୍ଡ କରିବ ବୋଲି ‘ବର୍ଡର୍ ରୋଡ୍ସ୍ ଅର୍ଗାନାଇଜେସନ୍’ (ବିଆର୍ଓ) ସୂଚନା ଦେଇଛି। ସ୍ବାଧୀନତାର ୭୭ତମ ବାର୍ଷିକୀ ପାଳନ ଦିନ ପୂର୍ବ ଲଦାଖର ହାନ୍ଲେ ନିକଟରେ ‘ବିଆର୍ଓ’ ‘ଲିକାରୁ-ମିଗ୍ଲା-ଫୁକ୍ଚେ’ ସଡ଼କ ନିର୍ମାଣ ଆରମ୍ଭ କରିଛି।

ସମୁଦ୍ର ପତ୍ତନଠାରୁ ୧୯,୪୦୦ ଫୁଟ୍ ଉଚ୍ଚରେ ମଟର ଗାଡ଼ି ଚଳାଚଳ ନିମନ୍ତେ ରାସ୍ତା ନିର୍ମାଣ କରି ବିଶ୍ବ ରେକର୍ଡ କରିବ ଭାରତ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳଠାରୁ ୩ କିଲୋମିଟର୍ ଦୂରରେ ନିର୍ମାଣ ଚାଲିଥିବା ୬୪ କିଲୋମିଟର୍ ଦୀର୍ଘ ବିଶ୍ବର ଏହି ସର୍ବୋଚ୍ଚ ସଡ଼କ ଲିକାରୁକୁ ଫୁକ୍ଚେ ସହିତ ସଂଯୋଗ କରିବ।

ଏହି ପ୍ରକଳ୍ପ ନିମନ୍ତେ ଆନୁମାନିକ ୫୨୦ କୋଟି ଟଙ୍କାର ବଜେଟ୍ କରାଯାଇଛି। ସୈନ୍ୟମାନଙ୍କ ଗମନାଗମନ ନିମନ୍ତେ ଉଦ୍ଦିଷ୍ଟ ଏହି ସଡ଼କ ନିର୍ମାଣ ନିମେନ୍ତେ ‘ବିଆର୍ଓ’ ସବୁଠୁ ଭଲ ଯନ୍ତ୍ରପାତି ଓ ବୈଜ୍ଞାନିକ ପଦ୍ଧତି ଉପଯୋଗ କରୁଛି।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!