ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ର ସାମାଜିକ ଅନୁଷ୍ଠାନ ଜେଏସ୍ପି ଫାଉଣ୍ଡେଶନ ଏବଂ ଅନୁଗୋଳ ଜିଲା ପ୍ରଶାସନ ସହଭାଗିତାରେ ପ୍ରୋଜେକ୍ଟ ‘ସ୍ପର୍ଶ’ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ବିଶେଷକରି ଜିଲାରେ ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ୟୁ ହାର ହ୍ରାସ କରିବା ପାଇଁ ଉକ୍ତ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ଅଗଷ୍ଟ ୧୫ରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ରାଜ୍ୟ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଉକ୍ତ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହିତ ଜିଲାର ୨୦୦ସ୍ବାସ୍ଥ୍ୟ ଉପକେନ୍ଦ୍ରର ଏଏନ୍ଏମ୍ମାନଙ୍କୁ ଡିଜିଟାଲ ଡାଇଗ୍ନୋଷ୍ଟିକ କିଟ୍ ପ୍ରଦାନ କରିଥିଲେ।
ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ସମେତ ଜେଏସ୍ପିର ପ୍ରେସିଡେଣ୍ଟ ତଥା ଗ୍ରୁପ୍ ହେଡ୍ (ସିଏସ୍ଆର୍) ପ୍ରଶାନ୍ତ ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଦେବ ଅନୁଗୋଳ ଜିଲାରେ ଏଭଳି ଏକ ଅଭିନବ ପ୍ରକଳ୍ପର ଶୁଭାରମ୍ଭ ସହ ଆବଶ୍ୟକ ସହଯୋଗ ପାଇଁ ଜେଏସ୍ପିର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ଏବଂ ଜେଏସ୍ପି ଫାଉଣ୍ଡେଶନର ଚେୟାରପର୍ସନ୍ ଶାଲୁ ଜିନ୍ଦଲଙ୍କୁ ପ୍ରଶଂସା କରିଥିଲେ।

