ସ୍ନେହ, ଭଲପାଇବା ଓ ଭରସାର ଦିନ

ଭାଇ ଭଉଣୀର ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ । ଉତ୍କଳୀୟ ପରମ୍ପରା ଅନୁସାରେ ଗହ୍ମା ପୂର୍ଣ୍ଣମୀ ଦିନ ଭାଇ ହାତରେ ସ୍ନେହର ଡୋରୀ ବାନ୍ଧେ ଭଉଣୀ । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧୁଛି ଭଉଣୀ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ପ୍ରତି ଥିବା ଭଲପାଇବାକୁ ଦର୍ଶାଇବ । ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିବ । ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି । ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ । ଏହି ସ୍ନେହ-ପ୍ରେମର ବନ୍ଧନରେ ବାନ୍ଧି ହୋଇ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ କଥା ଦେଇଥାଏ । ତେବେ ଏହି ପରମ୍ପରା ବହୁ ପ୍ରାଚୀନ କାଳରୁ ରହିଆସିଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!