ଜୀବନରେ ସଫଳତା ପାଇବାକୁ ହେଲେ, ଅଧ୍ୟବସାୟ, କଠିନ ପରିଶ୍ରମ, ନିଷ୍ଠା, ଧୈର୍ଯ୍ୟ କିଭଳି ସାହାଯ୍ୟ କରେ ତାହାର ଏକ ଉଦାହରଣ ହେଉଛନ୍ତି ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ ।

ବିଏମ୍ସି କମିସନର ବିଜୟ ଅମୃତା ଆଶାୟୀମାନଙ୍କୁ ତାଙ୍କ ଜୀବନ ବିଷୟରେ କହି ପ୍ରେରଣା ଦେଇଥିଲେ। ବାପା ଜଣେ ଦରଜୀ, ମା’ ଦିନ ମଜୁରିଆ ହୋଇଥିବା ସତ୍ତ୍ବେ କୁଲାଙ୍ଗେ କେବେ ନିରାଶ ହୋଇନଥିଲେ।
ଅର୍ଥାଭାବରୁ ମେଡିକାଲ ପଢ଼ିବା ସମ୍ଭବ ହୋଇନଥିଲେ ମଧ୍ୟ ସେ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପଡ଼ିଥିଲେ। ଜୀବନର ଗୋଟିଏ ବିଫଳତା ତାଙ୍କୁ ପଛକୁ ଟାଣିନଥିଲା ବରଂ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲା। ତେଣୁ ସେ ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଥ ହେଲେ ବୋଲି ଆଶାୟୀ ଯୁବକ ଯୁବତୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ କହିଥିଲେ। ପ୍ରତିଦିନ ଯୋଜନା କରି ପଢ଼ିଲେ, ପରୀକ୍ଷାରେ ପାସ୍ କରିବା କଷ୍ଟକର ନୁହେଁ ବୋଲି ସେ ବୁଝାଇଥିଲେ ।

ବକୁଳ ଫାଉଣ୍ଡେସନ ପକ୍ଷରୁ ଆଜି ସତ୍ୟନଗରସ୍ଥିତ ବକୁଳ ପାଠାଗାର ପରିସରରେ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଆତ୍ମଜୀବନୀ ପୁସ୍ତକ ‘ଆଜିର ଦିନ ମୋର’ ଆଲୋଚନା କରିବାକୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଚାକିରି ଆଶାୟୀ ଯୁବକ ଯୁବତୀ ଯୋଗ ଦେଇ ଶ୍ରୀ କୁଲାଙ୍ଗେଙ୍କ ମୁହଁରୁ ତାଙ୍କ ଜୀନର ସଂଘର୍ଷ ସଫଳତାର କଥା ଶୁଣିଥିଲେ।

ଏହି କାର୍ଯ୍ୟକ୍ରମରେ ବିଏମ୍ସି କମିସନରଙ୍କ ବାପା ଅମୃତ କୁଲାଙ୍ଗେ ଓ ମା’ ତାରା ବାଇ କୁଲାଙ୍ଗେଙ୍କ ସହ ପୂର୍ବତନ ସୂଚନା କମିସନର ଜଗାଦାନନ୍ଦ ଓ ବକୁଳ ଫାଉଣ୍ଡେସନର ମୁଖ୍ୟ ସୁଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

