ଆଜିଠୁ ବୁଲିବ ଷ୍ଟାର୍ଟ୍ ଅପ୍ ଗାଡ଼ି

ରାଜ୍ୟସରକାରଙ୍କ ନୂଆ ପଦକ୍ଷେପ । ଓଡ଼ିଆ ପିଲାଙ୍କୁ ଉଦ୍ୟୋଗୀ ହେବାର ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ସାରା ରାଜ୍ୟରେ ବୁଲିବ ଷ୍ଟାର୍ଟ ଅପ୍ ଯାତ୍ରା ଗାଡ଼ି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟ୍ ଅପ୍ ଯାତ୍ରାର ଆପ୍  ଓ ଦୁଇଟି ପୋର୍ଟାଲ ଉନ୍ମୋଚନ କରିବା ସହ ୪ଟି ଷ୍ଟାର୍ଟ୍ ଅପ୍ ଗାଡ଼ିକୁ ଫ୍ଲାଗ୍ ଅଫ୍ କରିବେ । ସବୁ ଜିଲ୍ଲାରେ ୩୦ରୁ ୪୦ ଦିନ ଧରି ବୁଲିବ ଏହି ଷ୍ଟାର୍ଟ୍ ଅପ୍ ଯାତ୍ରା ଗାଡ଼ି ।  ୨ଶହ କଲେଜ୍ ଓ ଉଚ୍ଚତର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାର୍ଟ୍ ଅପ୍ ଯାତ୍ରା ଓ ଅଷ୍ଟମରୁ ଦଶମ ପାଠ ପଢୁଥିବା ୬୦ଟି ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାର୍ଟ୍ ଅଫ୍ ଏକ୍ସପ୍ରେସ୍ ଭ୍ୟାନ୍ କ୍ୟାମ୍ପ ସାରା ଓଡ଼ିଶା ବୁଲିବ ।  ଏଥିରେ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଲକ୍ଷ୍ୟ ରଖିଛି ଏମ୍ଏସ୍ଏମ୍ଇ ବିଭାଗ । ସେହିପରି ଷ୍ଟାର୍ଟ୍ ଅପ୍ ଏକ୍ସ୍ପ୍ରେସ ଜରିଆରେ ସ୍କୁଲ ପିଲାଙ୍କ ଦ୍ବାରା ପ୍ରଦତ୍ତ ୧୦ଟି ସର୍ବଶ୍ରେଷ୍ଠ ଉପଯୋଗୀ ଆଇଡିଆକୁ ୧୦ ହଜାର ଲେଖାଏଁ ନଗଦ ପୁରସ୍କାର ଦିଆଯିବ । ଷ୍ଟାର୍ଟ୍ ଅପ୍ ଓଡ଼ିଶା ଗଠନର ମାତ୍ର ଅଢେଇ ବର୍ଷ ଭିତରେ ଓଡ଼ିଆ ପିଲାଙ୍କ ଭିତରେ ଉଦ୍ୟୋଗୀ ହେବାର ନବଜାଗରଣ ସୃଷ୍ଟି ହୋଇଛି ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!