ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ (ଆର୍ଆଇଏଲ୍) ଉତ୍ତରାଖଣ୍ଡ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସଏମ୍ଆର୍ଏଫ୍କୁ ପ୍ରାୟ ୨୫ କୋଟି ଟଙ୍କାର ସହାୟତା ରାଶି ଆରଆଇଏଲ ପକ୍ଷରୁ ଦିଆଯାଇଛି। ବିଗତ କିଛି ମାସ ହେଲା ଉତ୍ତରାଖଣ୍ଡରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ବ୍ୟାପକ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି। ଏପରିକି ଉତ୍ତରାଖଣ୍ଡ ସରକାର ରାଜ୍ୟବାସୀଙ୍କ ସହ ଛିଡା ହୋଇଥିବାବେଳେ ଦେଶର ବିଭିନ୍ନ ଅନୁଷ୍ଠାନ ମଧ୍ୟ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।
ବିଶେଷ କରି ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ଜନଜୀବନ ସହିତ ପୁନର୍ନିର୍ମାଣ କାର୍ଯ୍ୟ କରିବାରେ ସହାୟକ ହେବ ବୋଲି ଆରଆଇଏଲ ପକ୍ଷରୁ କୁହାଯାଇଛି।
ସେହିଭଳି ଉତ୍ତରାଖଣ୍ଡ ଲୋକଙ୍କ ସହ ଆମେ ଦୀର୍ଘ ଦିନରୁ ସମ୍ପର୍କ ରକ୍ଷା ସହ ବିଭିନ୍ନ ଅସମୟରେ ମଧ୍ୟ ଛିଡା ହୋଇଛୁ। ଏପରିକି ଉତ୍ତରାଖଣ୍ଡ ସହ ଆମର ସଙ୍ଗଠନର ଅର୍ଥ, ରାଜ୍ୟର କଲ୍ୟାଣ ପାଇଁ ଏକ ଅର୍ଥପୂର୍ଣ୍ଣ ଅବଦାନ କାର୍ଯ୍ୟ କରୁଛୁ। ସେହିପରି ଉତ୍ତରାଖଣ୍ଡର ବିକାଶମୂଳକ ପଦକ୍ଷେପ ପାଇଁ ଆମେ ମଧ୍ୟ ସହଯୋଗ ଜାରି ରଖିଛୁ ବୋଲି ଅନନ୍ତ ଅମ୍ବାନୀ ମତପ୍ରକାଶ କରିଛନ୍ତି।

