ନେଦରଲାଣ୍ଡର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି ଟମର୍ସ ସହିତ ଓଡ଼ିଶାର ଫାଲକନ୍ ଏଗ୍ରିଫ୍ରିଜ ଫୁଡ୍ସ ପ୍ରାଇଭେଟ ଲିମିଟେଡ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର କରିଛି।
ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଙ୍କ ଉପସ୍ଥିତିରେ ଟମର୍ସ କମ୍ପାନିର ୱିମ୍ ଲୋଡର୍ସ ଏବଂ ଫାଲକନ ଏଗ୍ରିଫ୍ରିଜ ଫୁଡ୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପାର୍ଥଜିତ ପଟ୍ଟନାୟକଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।
ସୂଚନା ଅନୁଯାୟୀ, ଗୁଜରାଟରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ପାଇଁ ଏହି ରାଜିନାମା ହୋଇଛି। ଫ୍ରେଞ୍ଚ ଫ୍ରାଏ ପ୍ରୋସେସିଂ ଏବଂ ପଟାଟୋ ସ୍ପେସାଲିଟି ଲାଇନ୍ କ୍ଷେତ୍ରରେ ଦୁଇ କମ୍ପାନି କାର୍ଯ୍ୟ କରିବେ।

