ବିଜୁ ଜନତା ଦଳର ଉପ-ସଭାପତି ପଦରୁ ହଟିଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ-ସଭାପତି ପଦରୁ ହଟାଯାଇଛି । ତେବେ ଲଗାତାର କିଛି ଦିନ ଧରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା । ୫ଟି କୁ ନେଇ ସମ୍ବାଦ ଖବରକାଗଜରେ ସମ୍ପାଦକୀୟ ଲେଖିଥିଲେ ସୌମ୍ୟ ପଟ୍ଟନାୟକ ।

ଆମ ଘରର ହାଲଚାଲରେ ସେ ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ ।
ଯାହା ପରେ ତାଙ୍କୁ ଆଜି ବିଜେଡି ଉପ-ସଭାପତି ପଦରୁ ହଟାଯାଇଛି । କାରଣ ନଦର୍ଶାଇ କାର୍ଯ୍ୟାନୁଷ୍ଠାନ ? ସଚିବଙ୍କୁ ସମାଲୋଚନା କରି ଦଳୀୟ ପଦବୀରୁ ବାଦ ଦିଆଯାଇଛି । ସୌମ୍ୟଙ୍କୁ ହୋଇଥିଲା କି କାରଣ ଦର୍ଶାଅ ନୋଟିସ୍ ? ନୋଟିସ୍ ନକରି କାର୍ଯ୍ୟାନୁଷ୍ଠାନ ଉପରେ ଉଠିଲା ପ୍ରଶ୍ନ ।

ବିଧାୟକ, ମନ୍ତ୍ରୀଙ୍କୁ ଲଗାଇ ଟାର୍ଗେଟ କରାଯାଉଥିଲା । ଲଗାତର ୩ଦିନ ଧରି ବୟାନବାଜି ହେଉଥିଲା । ଗୋଟିଏ ଦିନ ଚୁପ୍ ରହିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!