୧୦ଟି ଆଇଡିଆକୁ ଦିଆଯିବ ୧୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍‌ ୨୦୨୩କୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷ୍ଟାର୍ଟଅପ୍ ଏକ୍ସପ୍ରେସ୍‌ର ୨୦ ଶ୍ରେଷ୍ଠ ଆଇଡିଆ ଭିତରୁ ୧୦ଟି ଆଇଡିଆକୁ ୧୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ। ଏହି ଅବସରରେ ଏମଏସ୍‌ଏମ୍ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଏମ୍ଏସ୍‌ଏମ୍ଇ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଓମ୍‌କାର୍‌ ରାଏ ଉପସ୍ଥିତ ଥିଲେ।

୨୦୨୫ ସୁଦ୍ଧା ରାଜ୍ୟରେ ୫୦୦୦ ଷ୍ଟାର୍ଟଅପ୍ ସୃ‌ଷ୍ଟି କରିବା ଲାଗି ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହି ଯାତ୍ରା ତାହାକୁ ସାକାର କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ। ଏଥିରେ ଚାରିଟି ଉତ୍ସର୍ଗୀକୃତ ଭ୍ୟାନ୍‌ ରହିଛି। ଗତ ଥର ତୁଳନାରେ ଏଥର ଯାତ୍ରା ଅଢ଼େଇ ଗୁଣା ବଡ଼ ହୋଇଥିବା ବେ‌ଳେ ଏହା ସମସ୍ତ ୩୦ଟି ଜିଲ୍ଲା, ୨୬୦ ଶିକ୍ଷାନୁଷ୍ଠାନ, ୨୫,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ। ଏହି ଯାତ୍ରାରେ ୩୫୦୦ ଆଇଡିଆ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି

ଷ୍ଟାର୍ଟଅପ୍ ଯାତ୍ରାରେ ୫୦ ଆଇଡିଆକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ଚୟନ କରାଯାଇ ସେମାନଙ୍କୁ ତିନିଦିନିଆ ଆସେଲରେସନ କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରାଯିବ। ଏହା ପରେ ଶ୍ରେଷ୍ଠ ୨୫ ଆଇଡିଆକୁ ଓ-ହବ୍ ଆମନ୍ତ୍ରଣ କରାଯିବ ଏବଂ ୧୦ ଆଇଡିଆକୁ ୩ ଲକ୍ଷ ଟଙ୍କା ଲେଖାଏଁ ସିଡ୍‌ ପାଣ୍ଠି ପ୍ରଦାନ କରାଯିବ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!