ଭୁବନେଶ୍ବର ମହାନଗର ନିଗମ (ବିଏମସି) ୱାର୍ଡ ନମ୍ବର ୪ ଅନ୍ତର୍ଗତ ନଖରା ଓ ନହରକଣ୍ଟା ମୌଳାର ବିକାଶ ପାଇଁ ବିଧାୟକ ସୁଶାନ୍ତ ରାଉତ, ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ ଓ ନିଗମର ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଛନ୍ତି। ୱାର୍ଡ ନମ୍ବର ୪ରେ ହେବାକୁ ଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ନେଇ ଏହି ଅବସରରେ ବିଧାୟକ ଶ୍ରୀ ରାଉତ ଓ ବିଡିଏ ଉପାଧ୍ୟକ୍ଷ ଶ୍ରୀ ସିଂହଙ୍କ ମଧ୍ୟରେ ଆଲୋଚନା ହୋଇଛି।
କିପରି ଯୁଦ୍ଧକାଳୀନ ଭିଭିରେ ନହରକଣ୍ଟାଠାରେ ଏକ ଅତ୍ୟାଧୁନିକ ଷ୍ଟାଡିୟମର ନିର୍ମାଣ ସାଙ୍ଗକୁ ନିଖରାରେ ୫ ଏକର ଜମିରେ ଆଉ ଏକ ଷ୍ଟାଡିଅମ୍ ନଖରା ଗ୍ରାମ ଶ୍ମଶାନ, ଗ୍ରାମର ତ୍ରିନାଥ ମନ୍ଦିର ନିକଟରେ ଏକ ମିନି ପାର୍କ ଓ ପାର୍କ ନିକଟରେ ଏକ ମଣ୍ଡପର ବିକାଶ କାର୍ଯ୍ୟ ଆରମ୍ଭ କରାଯିବ ସେନେଇ ବ୍ୟବସ୍ଥା କରିବାକୁ ବିଡିଏ ଉପାଧ୍ଯକ୍ଷ ଶ୍ରୀ ସିଂହ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ନହରକଣ୍ଟା କଲେଜ ପଡ଼ିଆର ବିକାଶ ହେବ। କଲେଜ ପଡ଼ିଆକୁ ଏକ ଅତ୍ୟାଧୁନିକ ଷ୍ଟାଡିୟମ୍ ଭାବେ ବିକାଶ କରାଯିବ। ଏନେଇ ମୋଟ ୧୭ ଏକର ଭଳି ଜମିର ଆବଶ୍ୟକତା ଥିବାବେଳେ ଏଠାରେ ଏବେ ୧୨ ଏକର ଭଳି ସ୍ଥାନ ମହଜୁଦ୍ ଅଛି । ଷ୍ଟାଡିୟମ ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ କରିବାକୁ ଭିସି ଆର୍କିଟେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଆସନ୍ତା ୧୫ ଦିନ ମଧ୍ୟରେ ଯୋଜନା ପ୍ରସ୍ତୁତ କରି ନିର୍ମାଣ ଲାଗି ଟେଣ୍ଟର କରାଯିବ ।
ଆବଶ୍ୟକ ଥିବା ଜମିକୁ ଅଧଗ୍ରହଣ ଅଥବା ସରକାରୀ ଜମିରେ ଥିବା ଜବରଦଖଲକୁ ଭଙ୍ଗାଯିବ ବୋଲି ଏହି ଅବସରରେ ପ୍ରକାଶ ପାଇଛି । ଏଠାରେ ଫୁଟବଲ, କ୍ରିକେଟ୍, ଟେନିସ୍ କୋର୍ଟ ସାଙ୍ଗକୁ ଜଗିଂ ଟ୍ରାକ୍ ଓ ବ୍ୟାଡମିଣ୍ଟନ୍ କୋର୍ଟ ରହିବ ବୋଲି ଜଣାପଡ଼ିଛି । ଷ୍ଟାଡିୟମ ନିର୍ମାଲ ଲାଗି ପ୍ରାୟ ୧୦ କୋଟି ବ୍ୟୟ ଅଟକଳ ସ୍ଥିର କରାଯାଇଥିବା ସୂଚନା ମିଳିଛି । ବିଧାୟକ ଶ୍ରୀ ରାଉତ ଏହି ଅବସରରେ କହିଛନ୍ତି, ନହରକଣ୍ଟା ଗ୍ରାମ ନିକଟରେ ଗୋଟିଏ ଖେଳ ପଡ଼ିଆର ଉନ୍ନତୀକରଣ ସହ ଇମ୍ପୋର ଷ୍ଟାଡିୟମ କରାଯିବ।
ସେହିପରି ନଖରା ଗ୍ରାମରେ ଥିବା ଖେଳପଡ଼ିଆର ଉନ୍ନତୀକରଣ, ଲକ୍ଷେଶ୍ବରଙ୍କ ନିକଟରେ ଥିବା ପ୍ରାଚୀ ଗଣ୍ଡକୁ ୱାଟର ପାର୍କରେ ପରିଣତ, ବିବାହ ମଣ୍ଡପ, ଗ୍ରାମ୍ୟ ଶ୍ମଶାନର ଉନ୍ନତୀକରଣ କରାଯିବ। ସମସ୍ତ କାର୍ଯ୍ୟ ପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ଟେଣ୍ଡର ଡକାଯିବ। ଖୁବ୍ରୀଘ୍ର ଉନ୍ନତୀକରଣ କାର୍ଯ୍ୟ କରାଯିବ ବୋଲି ବିଧାୟକ ଶ୍ରୀ ରାଉତ କହିଛନ୍ତି । ପରିଦର୍ଶନବେଳେ କର୍ପୋରେଟର ସୁକୁମାର ସାହୁ, ଅକ୍ଷୟ କୁମାର ଲେଙ୍କା, ରଶ୍ମିରଞ୍ଜନ ସାହୁ, ସାଗର ଜେନା, ପ୍ରେମାନନ୍ଦ ସାହୁ, ନଳିନୀକାନ୍ତ ସ୍ଵାଇଁ, ରମାକାନ୍ତ ଜେନାଙ୍କ ସମେତ ନଖରା ୟୁଥ କ୍ଲବ୍ର ସଦସ୍ୟ, ଗ୍ରାମ ମୁରବୀ, ବରିଷ୍ଠ ନାଗରିକ
ସେହିପରି ନଖରାରେ ହେବାକୁ ଥିବା ଷ୍ଟାଡିୟମର ବିକାଶ ୫ରୁ ୧୦ ଏକର ଭଳି ସ୍ଥାନରେ କରିବାକୁ ଯୋଜନା ରଖାଯାଇଛି। ଏଥିରେ ପ୍ରାୟ ୫ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏଠାରେ ଫୁଟ୍ବଲ୍, କ୍ରିକେଟ୍, ଟେନିସ୍ କୋର୍ଟ ସାଙ୍ଗକୁ ଜଗିଂ ଟ୍ରାକ୍ ଓ ବ୍ୟାଡମିଣ୍ଟନ୍ କୋର୍ଟ ରହିବ ବୋଲି ଜଣାପଡ଼ିଛି ।
ସେହିପରି ନଖରା ଗ୍ରାମ ଶ୍ଵାସନର ଉନ୍ନତିକରଣ ହେବା ସାଙ୍ଗକୁ ଗ୍ରାମର ତ୍ରିନାଥ ମନ୍ଦିରଠାରେ ଥିବା ଖାଲି ସ୍ଥାନର ବିକାଶ ଲାଗି ମୁକ୍ତା ଯୋଜନାରେ ମିନି ପାର୍କ ନିର୍ମାଣ ହେବା ଲାଗି ବିଏମସି ପୂର୍ବରୁ ସ୍ଥିର କରିଛି । ଏବେ ବିଡିଏ ଏହି ପାର୍କ ନିର୍ମାଣ କରିବ ଓ ଏହା ପାଖକୁ ଲାଗି ଏକ ମଣ୍ଡର ନିର୍ମାଣ କରିବ ଗ୍ରାମବାସୀ ଉପସ୍ଥିତ ଥିଲେ।

