ଏନଡିଏକୁ ଏଆଇଏଡିଏମକେ ଝଟକା

() ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏକୁ ଝଟକା । ତାମିଲନାଡୁରେ ଭାଙ୍ଗିଲା ବିଜେପି-ଏଆଇଏଡିଏମକେ ମେଣ୍ଟ । ବିଜେପି ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ କେତେକ ବିବାଦୀୟ ବୟାନ ପରେ ଭାଙ୍ଗିଛି ମେଣ୍ଟ । ବିଜେପି ସହ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିଛନ୍ତି ଏଆଇଏଡିଏମକେ ଉପସାଧାରଣ ସମ୍ପାଦକ କେ.ପି. ମୁନୁସ୍ବାମୀ । ଏମପି, ଏମଏଲଏ ଓ ଜିଲ୍ଲାସ୍ତରୀୟ ନେତାଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି ।

ଗତ କିଛି ମାସ ଧରି ଏଆଇଏଡିଏମର ନେତାଙ୍କ ବିରୋଧରେ ଆନ୍ନାମଲାଇ ଦେଉଥିବା ବୟାନକୁ ବିରୋଧ କରି ଦଳ ଏହି ନିଷ୍ପତ୍ତି ନେଇଛି । ଗତ ଶନିବାର ଦିଲ୍ଲୀରେ ଦୁଇ ଦଳ ମଧ୍ୟରେ ତାଳିପକା ନେଇ ଆଲୋଚନା ହୋଇଥିଲେ ବି ତାହା ବିଫଳ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ ଆନ୍ନାଦୁରାଇଙ୍କ ସମ୍ପର୍କରେ ଆନ୍ନାମଲାଇ ଭୁଲ ମାଗନ୍ତୁ ନତୁବା ଜଣେ ନିର୍ବିବାଦୀୟ ବ୍ୟକ୍ତିଙ୍କୁ ରାଜ୍ୟ ସଭାପତି କରାଯାଉ ବୋଲି ଦାବି କରିଥିଲେ ଏଆଇଏଡିଏମକେ ନେତା । ମାତ୍ର ଏହା ସମ୍ଭବ ନହେବାରୁ ଶେଷରେ ମେଣ୍ଟ ଭାଙ୍ଗିଛି । ଆନ୍ନାଦୁରାଇ ହେଉଛନ୍ତି ଏଆଇଏଡିଏମକେ ପ୍ରତିଷ୍ଠାତା ଏମଜି ରାମଚନ୍ଦ୍ରନଙ୍କ ଅନୁଗତ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!