ରୋହିତ ପୂଜାରୀ ହେଲେ ଜିଲ୍ଲା ବିଜେଡ଼ି ନୂତନ ସଭାପତି

ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଙ୍କୁ ସମ୍ବଲପୁର ଜିଲ୍ଲା ବିଜେଡ଼ି ର ଜିଲ୍ଲା ସଭାପତି ଭାବରେ ପୁଣିଥରେ ଦାୟିତ୍ଵ ପ୍ରଦାନ କରାଯାଇଛି । ପୁର୍ବରୁ ମଧ୍ୟ ୨ ଟି ଅବଧିରେ ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ବିଜେଡି ର ମଙ୍ଗ ଧରିଥିଲେ ।

ଏଥର ତାଙ୍କୁ ତୃତୀୟ ଥର ପାଇଁ ଜିଲ୍ଲା ବିଜେଡିର ସଭାପତି ପରି ଗୁରୁ ଦାୟିତ୍ବ କୁ ପୁଣିଥରେ ପ୍ରଦାନ କରାଯାଇଛି । ଏହାସହ ଗତ କିଛି ମାସ ହେବ ଜିଲ୍ଲା ବିଜେଡିର ସଭାପତି ପଦଟି କିଏ ହାତେଇବ ବୋଳି ସେନେଇ ଲାଗି ରହିଥିବା ସସ୍ପେନ୍ସ ଉପରୁ ଆଜି ପର୍ଦ୍ଦା ହଟିଛି ।

ଅନ୍ୟପକ୍ଷରେ ରୋହିତ ପୂଜାରୀ ଙ୍କୁ ସମ୍ବଲପୁର ଜିଲ୍ଲା ବିଜେଡି ର ମଙ୍ଗୁଆଳ ସମ୍ଭାଳିବା ପାଇଁ ଜିଲ୍ଲା ସଭାପତି ନିଯୁକ୍ତି ମିଳିବା ପରେ ତାଙ୍କର ସମର୍ଥକମାନେ ଉତ୍ସବ ମନାଇବା ସହ ସେଲିବ୍ରେସନ କରିଛନ୍ତି । ଏହାସହ ସହରର ଲକ୍ଷ୍ମୀଟକିଜ ଛକ, ଜିଲ୍ଲା ସ୍କୁଲ ଛକ ସମେତ ଶାନ୍ତିନଗର ଠାରେ ଫୁଟକା ଫୁଟାଇବା ସହ ମିଠା ବାଣ୍ଟି ଏହି ଖୁସିର ମୁହୁର୍ତ୍ତ କୁ ସେଲିବ୍ରେସନ କରିଥିଲେ ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!