ଭାରତ ପାଇଁ ଗର୍ବର ବିଷୟ। ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଦ୍ବିତୀୟ ଦିନର ଖେଳ ଆରମ୍ଭରୁ ହିଁ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଥିଲା।
୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଥିଲା। ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରାକ୍ଷ ପାଟିଲ ଓ ଦିବ୍ୟାଶଂ ପାୱାରଙ୍କ ଟିମ୍ ମିଳିତ ଭାବେ ଗୋଲ୍ଡ ମେଡାଲ ହାସଲ କରିଥିଲେ।
ଭାରତ ପୁଣି ଆଉ ଏକ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିବା ଜଣା ପଡିଛି। ଟିମ୍ ଇଣ୍ଡିଆ ଅଶ୍ଵାରୋହୀ ଡ୍ରେସେଜ୍ ଦଳ ୪୧ ବର୍ଷ ପରେ ଅଶ୍ଵାରୋହୀରେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ବିଜେତା ହୋଇଛି। ସୁଦୀପ୍ତି ହାଜେଲା, ଦିବ୍ୟାକ୍ରାନ୍ତ ସିଂ, ହ୍ରିଦୟ ଛେଡା ଏବଂ ଅନୁଷ୍ ଅଗ୍ରୱାଲ ଏହା ହାସଲ କରିବାରେ ସଫଳ ହୋଇଛନ୍ତି।

