ରାଜ୍ୟ ସରକାର ସାଧାରଣ ପରିବହନ ବ୍ୟବସ୍ଥାରେ ଲୋକେସନ୍ ଆକ୍ସେସିବଲ୍ ମଲ୍ଟିମୋଡାଲ ଇନିସିଏଟିଭ୍ (ଲାକ୍ମୀ) ଯୋଜନା ମାଧ୍ୟମରେ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ବସ୍ କିଣା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କିଛି ବସ୍ ଆସି ପହଞ୍ଚି ସାରିଛି।

ବସ୍ଷ୍ଟାଣ୍ଡ ନିର୍ମାଣ ଚୂଡ଼ାନ୍ତ ସ୍ଥିତିରେ ପହଞ୍ଚିଥିବା ବେଳେ ବସ୍ ସେବା ଆରମ୍ଭକୁ ଅପେକ୍ଷା ରହିଛି। ସମଗ୍ର ରାଜ୍ୟରେ ଯାତ୍ରୀ ଓ ପଣ୍ୟ ପରିବହନ ସ୍ଥାୟୀ, ସୁଲଭ, ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ଲାକ୍ମୀ ଯୋଜନା ଚଳିତ ଆର୍ଥିକ ବର୍ଷରେ ଆରମ୍ଭ କରିବା ସହ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ତେବେ ସୁଦୂର ପ୍ରସାରୀ ହେବାକୁ ଥିବା ଏହି ଯୋଜନା ପାଇଁ ଅଧିକ ପାଣ୍ଠିର ଆବଶ୍ୟକତା ରହିଥିଲା।
ଲାକ୍ମୀ ଯୋଜନାରେ ପଞ୍ଚାୟତସ୍ତରରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଏକ ନିରବଚ୍ଛିନ୍ନ ସାର୍ବଜନୀନ ପରିବହନ ସେବା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିଛି। ଯୋଜନା ଅଧୀନରେ ବ୍ଲକ ଓ ଜିଲ୍ଲା ସ୍ତରରେ ବସ୍ଷ୍ଟାଣ୍ଡ ନିର୍ମାଣ କରାଯିବ। ମହିଳା ସଶକ୍ତୀକରଣ ଲକ୍ଷ୍ୟରେ ବସ୍ଷ୍ଟାଣ୍ଡଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ମିଶନ୍ ଶକ୍ତି ଗୋଷ୍ଠୀଙ୍କ ହାତରେ ନ୍ୟସ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିସହ ବ୍ଲକ୍ଗୁଡ଼ିକରେ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ।
୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହି ପାଣ୍ଠି ମଞ୍ଜୁର କରାଯାଇଛି। ପ୍ରଦର୍ଶନ ଆଧାରରେ ଆଗକୁ ଆଉ ଦୁଇ ବର୍ଷ ପାଇଁ ପାଣ୍ଠି ଯୋଗାଇ ଦିଆଯିବ।

