ଆସନ୍ତା ୨୪ ତାରିଖ ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା

ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର। ଆସନ୍ତା ମଙ୍ଗଳବାର ସକାଳ ୬ଟାରୁ ବିଜେଡି ଭୁବନେଶ୍ୱର ବନ୍ଦ ପାଳନ କରିବ ବୋଲି ସେ କହିଛନ୍ତି।ଦେବୀ ମିଶ୍ର କହିଛନ୍ତି, ଆମ ମାତୃଶକ୍ତି ଭୁଲୁଣ୍ଠିତ ହୋଇଛି। ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଥିଲା। ତେଣୁ ଘଟଣାର ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ଏଥିସହ ବହୁ ବହୁ ଆଲୋଚନା, ପର୍ଯ୍ୟାଲୋଚନା ପରେ ବିଜେଡି ଆସନ୍ତା ମଙ୍ଗଳବାର ଭୁବନେଶ୍ୱରରେ ୬ ଘଣ୍ଟିଆ ବନ୍ଦ ପାଳନ କରିବ ।

ଏହାର ଜବାବରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି, ବିଜେପି ସରକାର ଏହି ଘଟଣାକୁ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି। ତୁରନ୍ତ ୫ ଅଧିକାରୀଙ୍କୁ ନିଲମ୍ବନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଏହି ମାମଲା ଉପରେ ନଜର ରଖିଛନ୍ତି। ନବୀନ ପଟ୍ଟନାୟକଙ୍କ ଭଳି ସେ ମୁହଁ ଲୁଚାଉ ନାହାନ୍ତି। ଦୋଷୀ ନିହାତି ଭାବେ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବ ।

ନିଜ ଅମଳରେ ଘଟିଥିବା ହତ୍ୟା, ଦୁଷ୍କର୍ମ ଆଦି ଘଟଣାକୁ ଯେଉଁମାନେ ଆଖି ବୁଜି ଦେଉଥିଲେ, ସେମାନେ ଆଜି ତିଳକୁ ତାଳ କରୁଛନ୍ତି । ତେଣୁ ଏହି ଘଟଣାରେ କିଛି କହିବା ନିମନ୍ତେ ତାଙ୍କର ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି।

ଗତ ୧୫ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଯାଉଥିବା ବେଳେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଗିରଫ ୭ ଅଭିଯୁକ୍ତ। ଏହାକୁ ନେଇ ଆରମ୍ଭ ହୋଇଥିଲା ମହାଭାରତ । ଏହି ଘଟଣାରେ ଆଇଆଇସିଙ୍କ ସମେତ ୫ ପୁଲିସ୍‌ କର୍ମୀଙ୍କୁ ନିଲମ୍ବିତ କରାଯାଇଛି।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!