୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣାକଲେ ମୁଖ୍ୟମନ୍ତ୍ରୀ

ସ୍ବର୍ଗତ ବାସନ୍ତୀ ଦାସଙ୍କ ନିକଟତମ ଆତ୍ମୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ବୃଦ୍ଧିମନ୍ତ ଦାସଙ୍କ ସ୍ତ୍ରୀ ବାସନ୍ତୀ ଦାସ ପାର୍କର ଲନ୍‌ର ଘାସ କାଟୁଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ଘାସକଟା ଯନ୍ତ୍ରର ବିଦ୍ୟୁତ୍‌ ଆଘାତରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସେଠାରୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲ

ସେଠାରେ ତାଙ୍କ ଜୀବନ ବଞ୍ଚାଯାଇପାରି ନ ଥିଲା। ବାସନ୍ତୀ ତାଙ୍କ ପରିବାରର ମୁଖ୍ୟ ଉପାର୍ଜନକାରୀ ଥିଲେ। ସେ ତାଙ୍କ ସ୍ବାମୀ ଏବଂ ୧୮ ଓ ୧୪ ବର୍ଷର ୨ ଝିଅ ଓ ୧୧ ବର୍ଷର ପୁଅକୁ ଛାଡ଼ିଯାଇଛନ୍ତି। ସେମାନେ ଏକ ଗରିବ ପରିବାର ହୋଇଥିବା ବେଳେ ସେମାନଙ୍କର ସେପରି କିଛି ସ୍ଥାୟୀ ରୋଜଗାର ନାହିଁ।

ଏହି ଦୁର୍ଘଟଣା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସ୍ବର୍ଗତ ବାସନ୍ତୀ ଦାସଙ୍କ ନିକଟତମ ଆତ୍ମୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି

।ବିଧାନସଭା ଅଧିବେଶନ ମଙ୍ଗଳବାର ଅପରାହ୍ନରେ ଆରମ୍ଭ ହେବାପରେ ସଂସଦୀୟ ବ୍ୟାପାର ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ବାସନ୍ତୀ ଦାସଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଶୋକ ପ୍ରସ୍ତାବ ଆଗତ କରିଥିଲେ। ପୂଜାରୀ ଗୃହରେ କହିଛନ୍ତି, ସୋନପୁର ଓ୍ବାର୍ଡ ନମ୍ବର ୧ର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସୋନପୁର ମ୍ୟୁନିସିପାଲିଟି ସ୍ମାର୍ଟ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!