ପ୍ରତିଷ୍ଠା ହେବ ଭବ୍ୟ ରାମ ମନ୍ଦିର । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ମନ୍ଦିର ନିର୍ମାଣ କାର୍ଯ୍ଯ । ମନ୍ଦିରର ପ୍ରତିଷ୍ଠା ଜାନୁଆରୀ ୨୨ରେ କରାଯିବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ପ୍ରଭାବ ରାଜନୀତି ଉପରେ ପଡ଼ିବ ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ନୃପେନ୍ଦ୍ର ମିଶ୍ରା ଦେଇଛନ୍ତି। ସେ କହିଛନ୍ତି, ଡିସେମ୍ବର ସୁଦ୍ଧା ମନ୍ଦିରର କାମ ସରିବ ବୋଲି ଧାର୍ଯ୍ୟ କରାଯାଇଥିଲା। ତେଣୁ ଏହା ଧାର୍ଯ୍ୟ ସମୟ ଭିତରେ ଯେମିତି ହେଲେ ଶେଷ ହେବ। ମନ୍ଦିରକୁ ହଜାରେ ବର୍ଷ ଯାଏ ସୁରକ୍ଷିତ ଭାବେ ରଖିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି। ପ୍ରାଣ ପ୍ରତିଷ୍ଠା ଉତ୍ସବ ସାଧୁ ଓ ସନ୍ଥଙ୍କ ଅନୁମତିକ୍ରମେ ଆରମ୍ଭ ହେବ। କାର୍ଯ୍ୟକ୍ରମ ସମ୍ପର୍କରେ ପୂରା ଯୋଜନା ଚମ୍ପତ ରାୟଙ୍କ ନେତୃତ୍ୱରେ ଗଠିତ କମିଟି ପ୍ରସ୍ତୁତ କରୁଛି। ଆସନ୍ତା ବର୍ଷ ଜାନୁଆରୀ ୨୨ରେ ଯେତେବେଳେ ମନ୍ଦିର ପ୍ରତିଷ୍ଠା ହେବ ।

