() ମଧ୍ୟପ୍ରଦେଶରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି । ବଢୁଛି ମହିଳାଙ୍କ ଉପରେ ନିର୍ଯାତନା ଓ ଦୁଷ୍କର୍ମ ଘଟଣା । ଉଜ୍ଜୟିନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛନ୍ତି ଜଣେ ଅଟୋ ଚାଳକ । ଏହା ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ପ୍ରାୟ ୮ କିଲୋମିଟର ଧରି ନାବାଳିକାଜଣକ ଚାଲିଚାଲି ଆସିଥିବା ପୋଲିସ ସିସିଟିଭିରୁ ଜାଣିବାକୁ ପାଇଛି । ଗିରଫ ଅଟୋ ଡ୍ରାଇଭର ନାମ ରାକେଶ ଓ ତାର ବୟସ ୩୮ବର୍ଷ ।
ମଧ୍ୟପ୍ରଦେଶ ଉଜ୍ଜୟିନୀଠାରୁ ୧୫ କିଲୋମିଟର ଦୂର ବାଦ ନଗର ରୋଡରେ ଜଣେ ୧୨ ବର୍ଷ ନାବାଳିକା ହୋଇଥିଲେ ଦୁଷ୍କର୍ମର ଶିକାର । ସେ ଅର୍ଦ୍ଧନଗ୍ନ ଅବସ୍ଥାରେ ଘର ଘର ବୁଲି ସହାୟତା ମାଗିଥିଲେ ବି ତାକୁ କେହି ସହାୟ ହୋଇ ନଥିଲେ । ଶେଷରେ ନାବାଳିକାଜଣକ ଏକ ଆଶ୍ରମରେ ପହଞ୍ଚିଥିଲେ । ଆଶ୍ରମର ବାବା ଦୟାପରବଶ ହୋଇ ନାବାଳିକାଙ୍କୁ ଏକ ଟାଓ୍ବଲରେ ଆବରଣ କରିବା ସହ ହସ୍ପିଟାଲକୁ ନେଇଥିଲେ ।
ନାବାଳିକାଙ୍କୁ ସହାୟତା କରିଥିବା କହିଛନ୍ତି-ସେ ଅତି ଦୟନୀୟ ଅବସ୍ଥାରେ ନାବାଳିକାଙ୍କୁ ଦେଖିବା ପରେ ତାଙ୍କୁ ସହାୟତା ଦେଇଥିଲେ । ଖାଇବାକୁ ଓ ପିଇବାକୁ ଦେବା ସହ ପୋଲିସକୁ ଡାକିଥିଲେ । ବାଳିକାଜଣଙ୍କର ମେଡିକାଲ ଟେଷ୍ଟ ହେବା ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ପ୍ରମାଣିତ ହୋଇଥିଲା । ପୋଲିସ ପୋକ୍ସୋ ଆଇନ ଆଧାରରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।




