ସିକିମ୍ରେ ବନ୍ୟା । ପ୍ରବଳ ବର୍ଷାରେ ତିସ୍ତା ନଦୀରେ ଉପୁଜିଛି ଫ୍ଲାସ ଫ୍ଲଡ ।ବନ୍ୟା ସ୍ରୋତରେ ଭାସିଯାଇଛନ୍ତି ୨୩ ଜଣ ଯବାନ । ତଳିଆ ଅଞ୍ଚଳରେ ସିଙ୍ଗତାମ ନିକଟସ୍ଥ ବାରଦାଙ୍ଗରେ ପାର୍କିଂ କରିଥିବା ସେନା ଗାଡ଼ିଗୁଡିକ ନଦୀ ଜଳ ସ୍ରୋତରେ ଭାସିଯାଇଥିଲା । ନିଖୋଜ ଯବାନମାନଙ୍କୁ ଉଦ୍ଧାର କରିବା ଲାଗି ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି । ତଳିଆ ଅଞ୍ଚଳରେ ଥିବା କେତେକ ସେନା ପ୍ରତିଷ୍ଠାନ ବି ଜଳସ୍ରୋତରେ ଭାସିଯାଇଛି । ଏହି ଘଟଣା ପରେ ସିକ୍କିମ ସରକାର ତିସ୍ତା ନଦୀ ପାର୍ଶ୍ବରେ ହାଇଆଲର୍ଟ ଜାରି କରାଯାଇଛି ଏବଂ ସ୍ଥାନୀୟ ଲୋକଙ୍କୁ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି । ମଙ୍ଗାନ ଓ ନାମଚି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି ।
Related Posts
ନ୍ୟୁଜିଲାଣ୍ଡ ଓ୍ବେଲିଂଟନର ଏକ ହଷ୍ଟେଲରେ ଅଗ୍ନିକାଣ୍ଡ
ନ୍ୟୁଜିଲାଣ୍ଡ ଓ୍ବେଲିଂଟନର ଏକ ହଷ୍ଟେଲରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ଜଣଙ୍କର ମୃତ୍ୟୁ ହୋଇଛି । ୪ମହଲା ବିଶିଷ୍ଟ ଏକ ବିଲ୍ଡିଂରେ…
ନିଲମ୍ବିତ ହେବେ ଜ୍ୟୋତି ମୌର୍ଯ୍ୟଙ୍କ ପ୍ରେମିକ
SDM ଜ୍ୟୋତି ମୌର୍ଯ୍ୟ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି ମହୋବାର ଜିଲ୍ଳା କମାଣ୍ଡେଣ୍ଟ୍ ମନିଷ ଦୁବେ। ତାଙ୍କର ଏସ୍ଡିଏମ୍ ଜ୍ୟୋତିଙ୍କ…
ରୋହିତ ଶର୍ମା ଙ୍କ ସିଏମ୍ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ସାକ୍ଷାତ ପରେ ବଢିଲା ଚର୍ଚ୍ଚା
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି କ୍ରିକେଟର ରୋହିତ ଶର୍ମା। ମୁମ୍ବାଇ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଭେଟିଥିଲେ ରୋହିତ।…

