ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ବିଲଡିଂ ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ସାମ୍ପ୍ରସାରିତ ବିଲଡିଂ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍ ରହିଛି। ସେଥିପାଇଁ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ କଲେଜକୁ ଗୋଟେ ଛାତ ତଳକୁ ଅଣାଯାଇଛି।

ଏହାଦ୍ୱାରା ରାଜ୍ୟରେ ଥିବା ସମୁଦାୟ ୨୮୩କଲେଜର ମେଡିକାଲ, ହୋମିଓପାଥି, ଆୟୁର୍ବେଦ, ଫିଜିଓଥେରାପି, ଲବୋରେଟୋରୀ ଟେକନିସିଆନ ପରି ୯ଟି ବିଷୟବସ୍ତୁ ଏହି ବିଶ୍ଵବିଦ୍ୟାଳୟ ଅଧୀନକୁ ଆସିଛି।

ଏଠାରେ ରିସର୍ଚ୍ଚ ଓ ଟ୍ରେନିଂକୁ ଅଧିକ ଗୁରୁତ୍ୱ ଦିଆଯିବ। ଆଗକୁ ଅବସରପ୍ରାପ୍ତ ସୁନାମଧନ୍ୟ ଡାକ୍ତରଙ୍କୁ ନେଇ ରିଫ୍ରେସର ମେମୋରୀ କୋର୍ସ କରାଯିବ। ଚଳିତ ଅକ୍ଟୋବର ୧୬ତାରିଖରେ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ ପରିଷଦର ପ୍ରଥମ ବୈଠକ ବସିଥିଲା। ଆଜି ପ୍ରଥମ କାର୍ଯ୍ୟକାରୀ ସମିତି ବୈଠକ ପରିଚାଳିତ ହୋଇଛି।

ପ୍ରଫେସର୍ ଦତ୍ତେଶ୍ୱର ହୋତା ୨୦୨୩ ମାର୍ଚ୍ଚ ମାସରୁ କୁଳପତି ଦାୟିତ୍ଵ ଗ୍ରହଣ କରିବା ଦିନ ଠାରୁ ସ୍ୱାସ୍ଥ୍ୟ ବିଶ୍ବବିଦ୍ୟାଳୟର ଅନେକ ଅଗ୍ରସର ହୋଇଥିବା ବେଳେ ଏହା ଆଉ ଏକ ସଫଳତା ।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!