ବକ୍ସ ଅଫିସରେ ଧମାଲ କରିପାରୁନି କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ତେଜସ୍ । ଫିଲ୍ମ ରିଲିଜର 3ୟ ଦିନରେ ଆଶା ଅନୁୟାୟୀ କଲେକ୍ସନ କରିପାରନାହିଁ । ୪୫ କୋଟି ଟଙ୍କାରେ ତିଆରି ଫିଲ୍ମ ବକ୍ସ ଅଫିସରେ ଫେଲ ମାରିଛି। ଅକ୍ଟୋବର ୨୭ ତାରିଖରେ ରିଲିଜ ହୋଇଥିବା ଏହି ସିନେମା ଦୁଇଦିନରେ ମାତ୍ର ୩ କୋଟି ଟଙ୍କା ରୋଜଗାର କରିପାରିଛି । ସର୍ବେଶ ମେୱାରାଙ୍କ ନିର୍ଦ୍ଦେଶନାରେ କଙ୍ଗନା ରାଣାୱତଙ୍କ ଅଭିନୀତ ସିନେମା ତେଜସ୍ ନିର୍ମାଣ ହୋଇଛି । ଏହି ସିନେମାରେ ଜଣେ ପାଇଲଟ ତେଜସଙ୍କ କାହାଣୀ କୁହାଯାଇଛି । ତେଜସ ସିନେମାକୁ ନେଇ କଙ୍ଗନା ବହୁତ କିଛି ଆଶା କରିଥିବା ବେଳେ ଏବେ ତାଙ୍କର ସମସ୍ତ ଆଶା ମଉଳି ଯାଇଛି । ଏହା ପୂର୍ବରୁ କଙ୍ଗନାଙ୍କ ଦୁଇଟି ସିନେମା ଧାକଡ ଏବଂ ଚନ୍ଦ୍ରମୁଖୀ-୨ ମଧ୍ୟ ବକ୍ସ ଅଫିସରେ ଫେଲ୍ ମାରିଥିଲା ।
Related Posts
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ଲାପତା ଲେଡିଜ୍
କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଲାପତା ଲେଡିଜ୍’ ୯୭ତମ ଏକାଡେମୀ ଆୱାର୍ଡ (ଓସ୍କାର) ଦୌଡ଼ରୁ ବାଦ୍ ପଡ଼ିଛି। ଫିଲ୍ମଟି ଶ୍ରେଷ୍ଠ…
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ସଫଳତା ,୩ଟି ଭାଷାରେ ରିଲିଜ ହେବ ଓଡ଼ିଆ ଫିଲ୍ମ ‘ପରବ’
ଓଡ଼ିଆ ସିନେମା ଶିଳ୍ପରେ ଦୀର୍ଘବର୍ଷ ପରେ ‘ଦମନ’, ‘ପ୍ରତୀକ୍ଷା’ ଭଳି ଫିଲ୍ମ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିଥିବା ବେଳେ ‘ପରବ’ ମଧ୍ୟ…
ସୈଫ ଅଲ୍ଲୀ ଖାନଙ୍କୁ ବାସଭବନରେ ଛୁରାମାଡ଼
ଗୁରୁବାର ସକାଳେ ସୈଫ ଅଲ୍ଲୀ ଖାନଙ୍କ ମୁମ୍ବାଇ ବାସଭବନରେ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିବାର ଖବର ମିଳିଛି। ଏହି ସମୟରେ…

