ଆଇସିସି ପକ୍ଷରୁ ଜାତୀୟ ପାନୀୟ ଜଳ ସମ୍ମିଳନୀ

ପାଣି ହେଉଛି ମୌଳିକ ମାନବିକ ଅଧିକାର। ଏହାର କୌଣସି ଶ୍ରେଣୀ ନାହିଁ।

ସମସ୍ତଙ୍କ ନିକଟରେ ସ୍ବଚ୍ଛ ପାଣି ପହଞ୍ଚାଇବା ଆଜିର ମୁଖ୍ୟ ଚ୍ୟାଲେଞ୍ଜା ଇଣ୍ଡିଆନ ଚାମ୍ବର ଅଫ କମର୍ସ ପକ୍ଷରୁ ଆୟୋଜିତ ଜାତୀୟ ପାନୀୟ ଜଳ ସମ୍ମିଳନୀରେ ଏହା କହିଛନ୍ତି ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ ଦୁଇ ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପାନୀୟ ଜଳ ଦେଶ କିମ୍ବା ରାଜ୍ୟର ଅଭିବୃଦ୍ଧି, ସ୍ଵାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ ସେ ବିଷୟରେ ଆଲୋଚନା କରିଥିଲେ। ଓଡ଼ିଶାର ବଢି ଅଞ୍ଚଳରେ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଲାଗୁ ହେବା ପରେ ଏହା ଜଳର ଗୁଣବତ୍ତାକୁ ଉନ୍ନତ କରିଥିବା ସେ ମତ ଦେଇଥିଲେ ।

ୱାଟ୍ର ସିଇଓ ପ୍ରଦୀପ୍ତ କୁମାର ସ୍ବାଇଁ କହିଲେ, ଜଳ ସଂରକ୍ଷଣ ସ୍ଲୋଗାନ କେବଳ ଯୋଗନରେ ରହିଯାଇଛି। ପାଣିର ଉପଯୁକ୍ତ ବ୍ୟବହାର ପାଇଁ ଆବଶ୍ୟକତା ରହିଛି। ଆଭାସୀ ମଧ୍ୟରେ ଯୋଗଦେଇ ଆଇଏଏସ ତଥା ଏମଓୟୁ ଡିଏଚଏ ଗୋଲର ଅତିରିକ୍ତ ସଚିବ ଡି. ଥର କହିଲେ, ପାଣି ସଙ୍କଟର ମୁକାବିଲା ପାଇଁ ଘରୋଇ କ୍ଷେତ୍ର ସହିତ ସରକାରୀ ବିଭାଗ କାର୍ଯ୍ୟ କରିବା ଉଚିତ। ଆଇସିସି ଜଳ କମିଟି ଅଧ୍ୟକ୍ଷ ଅଙ୍ଗୁର ପଟାନି ସ୍ଵାଗତ ଭାଷଣ ଏବଂ ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେବି ପାଣି ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ପ୍ୟାଟୋରିଜ୍ ଏବଂ ବଏଲର୍ସ (ସୁରକ୍ଷା) ର ଡେପୁଟି ନିର୍ଦ୍ଦେଶକ ଡ. ମଳୟ ପ୍ରଧାନ, ଇତକୋର ସିଜିଏମ୍ (ପରିବେଶ) ଅଶୋକ କୁମାର ମିଶ୍ର, ଭାରତ ସରକାରଙ୍କ ଜଳ ଶକ୍ତି ବିଭାଗର ଚେୟାରମ୍ୟାନ ତ, ସୁନୀଲ କୁମାର ଅମବାଷ୍ଟ୍ର ଉପସ୍ଥିତ ଥିଲେ। ପ୍ରଥମ ବୈଷୟିକ ଅଧିବେଶନରେ ଇଅନ୍ ଏକ୍ସଚେଞ୍ଜ ସଭାପତି ଅଜୟ ପୋପାଟ, ଓରିପ୍ଳାଷ୍ଟରପରିଚାଳନା ନିର୍ଦ୍ଦେଶକ ଆଶିଷ ଅଗ୍ରୱାଲ, ସ୍ଵଚ୍ଚର ପରିଚାଳନା ନିର୍ଦ୍ଦେଶକ ସୌରଜ ଦାସ ପଟ୍ଟନାୟକ, ୱିଲୋ ମାଥର ଆଣ୍ଡ ପ୍ଲାଟ୍ ପମ୍ପସ୍ ମୁଖ୍ୟ ରବୀନ୍ଦ୍ର ଓଲାଞ୍ଜର ଏବଂ କିଏମ୍ ଉମେଶ କୁଲକଣ୍ଠି, ଏଭିକେ ଭାଲଭ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା
ନିର୍ଦ୍ଦେଶକ ଦୀପକ ବଲିଗା, ହଳଦିଆ ପେଟ୍ରୋ କେମିକାଲ ଲିମିଟେଡର ଜିଏମ ତଥା ଟିମ୍ ଲିତର ଦେବବ୍ରତ ଦେ, ରାମ ଚରଣ କୋ ଇଏଫଡବ୍ଲ୍ୟୁର ପରିଚାଳନା ନିର୍ଦ୍ଦେଶକ କୌଶିକ ପଳିସା ଉପସ୍ଥିତ ଥିଲେ। ଦ୍ବିତୀୟ ଅଧିବେଶନ ଓଡ଼ିଶାରେ ୨୪ ଘଣ୍ଟିଆ ଜଳ ବିକାଶରେ ନିର୍ମିତ ଷ୍ଟ୍ରିମ୍ ଉପରେ ଆଲୋଚନା କରାଯାଇଥିଲା ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!