ଲୋକଙ୍କ ବିକାଶ ପାଇଁ ସରକାରୀ ଯୋଜନା, ହାତଛଡ଼ା କରନ୍ତୁ ନାହିଁ

ରାଜ୍ୟ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଗୁଡ଼ିକ ଲାଗି ବହୁ ସୁବିଧା ପ୍ରଦାନ କରୁଛନ୍ତି। ସେବିଷୟରେ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶାସ୍ବତ ମିଶ୍ର ସଂସ୍ଥାଗୁଡ଼ିକୁ ଅବଗତ କରିଛନ୍ତି।

ସ୍କିମ୍ ଗୁଡ଼ିକର ଲାଭ ହାସଲ କରିବା ଲାଗି ଆଗେଇ ଆସିବାକୁ ସେ ଏମ୍ଏସ୍ଏମ୍ଇଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଆଜି ଏମ୍ଏସ୍ଏମ୍ଇ ବିକାଶ ଓ ସୁବିଧା କାର୍ଯ୍ୟାଳୟ, ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ଓ ଫୋରମ୍ ଫର୍ ଏଣ୍ଟରପ୍ରାଇଜ୍ ଡେଭେଲପ୍ମେଣ୍ଟ ସହଯୋଗରେ ‘ବିକଳ୍ପ ପାଣ୍ଠି ଉତ୍ସ ଓ ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଋଣ ସୁବିଧା’ ଉପରେ ଅନୁଷ୍ଠିତ ଜାତୀୟ ସେମିନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମିଶ୍ର ଏହି ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ର ଶେଖର ଶର୍ମା ଯୋଗଦେଇ ଏମ୍ଏସ୍ଏମ୍ଇଗୁଡ଼ିକ ଲାଗି ବ୍ୟାଙ୍କରେ ରହିଥିବା ସୁବିଧା ଉପରେ ଆଲୋଚନା କରିଥିଲେ। ଆଇଇଡିଏସ୍ କଟକର ଯୁଗ୍ମ ନିର୍ଦ୍ଦେଶକ ପି କେ ଗୁପ୍ତା ବିକଳ୍ପ ପାଣ୍ଠି ଉତ୍ସବ, ଋଣ ଓ ବଜାର ଲିଙ୍କେଜ୍ ଉପରେ ଆଲୋକପାତ କରିଥିଲେ। ଏମ୍ଏସ୍ଏମ୍ଇ-ଡିଏଫ୍ଓ କଟକର ଉପ ନିର୍ଦ୍ଦେଶିକା ନିତିଶା ମାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ନିର୍ଦ୍ଦେଶକ ଡ. ଏସ୍ ଏନ୍ ନାୟକ ଓ ୧୪୦ରୁ ଅଧିକ ଏମ୍ଏସ୍ଏମ୍ଇ ପ୍ରତିନିଧି ଉପସ୍ଥିତ ଥିଲେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!