ରାଜ୍ୟରେ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ୧୬୭ଟି ଆହାର କେନ୍ଦ୍ରର ପରିଚାଳନା ପାଇଁ ଅର୍ଥ ପ୍ରଦାନ କରାଯାଇଛି ।
ଆହାର କେନ୍ଦ୍ର ଅଭିଯାନକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୧କୋଟି ୧୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
୩୪ଟି ଜିଲ୍ଲା ଆହାର ସୋସାଇଟି ଓ ସିଟି ଆହାର ସୋସାଇଟିକୁ ୨୦୨୩-୨୪ ଆର୍ଥିକ ବର୍ଷର ଦ୍ବିତୀୟ କ୍ବାଟର ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଛି ।
ସବୁ ପୌରାଞ୍ଚଳରେ କାର୍ଯ୍ୟକ୍ଷମ ଥିବା ଆହାର କେନ୍ଦ୍ରରେ ଦୈନିକ ଏକ ଲକ୍ଷ ଲୋକଙ୍କୁ ୫ଟଙ୍କାରେ ମଧ୍ୟାହ୍ନ ଭୋଜନ ମିଳୁଛି । ଭୋକିଲା ପେଟରେ କେହି ଶୋଇବେ ନାହିଁ, ଏହି ଅଭିମୁଖ୍ୟରେ କାର୍ଯ୍ୟ କରୁଛି ଆହାର କେନ୍ଦ୍ର ।

