ବଢୁଛି ମହୁଆଙ୍କ ଆଡୁଆ । ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରିବା ପାଇଁ ଲୋକସଭା ସଦାଚାର କମିଟି ସୁପାରିଶ କରିଛନ୍ତି । ଏ ସଂକ୍ରାନ୍ତରେ ଅଭିଯୋଗର ତଦନ୍ତ ଏବଂ ଜେରା ପ୍ରକ୍ରିୟା ପରେ ସଦାଚାର କମିଟି ୫ଶହ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।ଏଥିରେ ମହୁଆଙ୍କ କାର୍ଯ୍ୟକୁ ଘୋର ଆପତ୍ତିଜନକ, ଅନୈତିକ ଓ ଅପରାଧିକ ବୋଲି ବର୍ଣ୍ଣନା କରାଯିବା ସହ ତାଙ୍କ ସଦସ୍ୟତା ରଦ୍ଦ କରାଯିବା ଉଚିତ ବୋଲି କହିଛନ୍ତି । ଏଥିରେ ମହୁଆଙ୍କ କାର୍ଯ୍ୟକୁ ଘୋର ଆପତ୍ତିଜନକ, ଅନୈତିକ ଓ ଅପରାଧିକ ବୋଲି ବର୍ଣ୍ଣନା କରାଯିବା ସହ ତାଙ୍କ ସଦସ୍ୟତା ରଦ୍ଦ କରାଯିବା ଉଚିତ ବୋଲି କହିଛନ୍ତି ।ସଦାଚାର କମିଟିର ଏହି ପଦକ୍ଷେପ ମହୁଆଙ୍କ ପାଇଁ ଅଡୁଆ ବଢାଇ ଦେଇଛି।

