ସାଲୁଗା ପ୍ରଧାନ ଓଡିଶା ବିଧାନସଭାର ହେବେ ନୂଆ ଉପବାଚସ୍ପତି

ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଏବେ ଖାଲି ପଡିଛି ଉପବାଚସ୍ପତି ପଦ । ତେଣୁ ଆସନ୍ତା ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ଆୟୋଜିତ ହେବ ।

ସାଲୁଗା ପ୍ରଧାନ ହେବେ ଓଡିଶା ବିଧାନସଭାର ପରବର୍ତ୍ତୀ ଉପ ବାଚସ୍ପତି । ଜି. ଉଦୟଗିରିର ଏହି ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି ।

ତେବେ ସାଲୁଗା ପ୍ରଧାନ ହେଉଛନ୍ତି ଓଡିଶା ବିଧାନସଭାର ଦୁଇ ଦୁଇ ଥରର ବିଧାୟକ । ବିଜୁ ଜନତା ଦଳ ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ ୨୦୦୦ ମସିହାରେ ଏବଂ ଏହାପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!