କାଲିଠୁ ପଞ୍ଚୁକ

କାଲିଠୁ ଆରମ୍ଭ ମହାକାର୍ତ୍ତିକର ପଞ୍ଚୁକ ଆରମ୍ଭ । ପାଞ୍ଚ ଦିନରେ ମହାପ୍ରଭୁଙ୍କ ଚିତ୍ତାକର୍ଷକ ୫ଟି ବେଶ ଦର୍ଶନ କରି ହବିଷ୍ୟାଳି ଓ ସାଧାରଣ ଭକ୍ତ କାର୍ତ୍ତିକ ମାସକୁ ବିଦାୟ ଦେବେ। ବିଶ୍ୱାସ ରହିଛି, ମାସସାରା ବ୍ରତ ରଖି ଯେତିକି ପୁଣ୍ୟ ମିଳିଥାଏ, ପଞ୍ଚୁକ ପାଞ୍ଚଦିନ ବ୍ରତ ରଖିଲେ ଅଧିକ ପୁଣ୍ୟ ମିଳିଥାଏ। ଶ୍ରୀକ୍ଷେତ୍ରରେ ପଞ୍ଚୁକ ପାଞ୍ଚଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।କାର୍ତ୍ତିକ ଶେଷ ପାଞ୍ଚଦିନ ଏହି ସଂଖ୍ୟା ଢେର୍‌‌ ବୃଦ୍ଧି ପାଇବ। ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ୱ ଶ୍ରୀକୃଷ୍ଣ ସିନେମା ଗଳି ନିକଟରେ ୪ଟି ଏବଂ ଦୋଳବେଦୀ କୋଣ ନିକଟରେ ୮ଟି ଏହିପରି ମୋଟ ୧୨ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବ।ସେହିପରି ବଡ଼ଦାଣ୍ଡରେ ସିଂହଦ୍ୱାରଠାରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରହିବ। ପଞ୍ଚୁକ ସମୟରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ବର୍ତ୍ତମାନ ଯେଉଁ ବ୍ୟାରିକେଡ୍‌ ରହିଛି, ତାହା ମରୀଚିକୋଟ ଛକ ପର୍ଯ୍ୟନ୍ତ ଲମ୍ବିବ ବୋଲି ଜଣାପଡ଼ିଛି। ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ମରୀଚିକୋଟ ଛକଠାରୁ ଅସ୍ଥାୟୀ ବ୍ୟାରିକେଡରେ ପ୍ରବେଶ କରି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!