MAS ହୋଲ୍‌ଡିଂସ୍ ଓଡ଼ିଶାରେ କରିବ ନିବେଶ

ଓଡ଼ିଶାରେ ଏମ୍ଏଏସ୍ ହୋଲ୍ଡିଂସ୍ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂପାନିର ଅଧ୍ୟକ୍ଷ ମହେଶ ଆମାଲିନ୍ ସାକ୍ଷାତ କରି ଓଡ଼ିଶା ପାଇଁ କଂପାନିର ରହିଥିବା ଯୋଜନା ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏମ୍ଏଏସ୍ ହୋଲ୍ଡିଂସ୍ ଓଡ଼ିଶାରେ ଏକ ସମନ୍ବିତ ବୟନ ଓ ପୋଷାକ ନିର୍ମାଣ କାରଖାନା ସ୍ଥାପନ କରିବାକୁ ଚାହୁଛି।

ସେହି କାରଖାନାରେ ୫୦୦୦ରୁ ଅଧିକ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ।କଂପାନିକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଖୋର୍ଦ୍ଧାରେ କାରଖାନା ବସାଇବା ଲାଗି କଂପାନିକୁ ଆମନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି।

କଂପାନିକୁ ଉପଯୁକ୍ତ ଜମି ପ୍ରଦାନ କରିବା ସହିତ ଯୋଗାଣ ଶୃଙ୍ଖଳ ଲାଗି ଆବଶ୍ୟକ ବ୍ୟବସ୍ଥା ଏବଂ ଦକ୍ଷତା ବିକାଶ କେନ୍ଦ୍ର ସହାୟତା ମଧ୍ୟ ପ୍ରଦାନ କରାଯିବ। ଏହି ଅବସରରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ। ଏମ୍ଏଏସ୍ ହୋଲ୍ଡିଂସ୍ର ମୁଖ୍ୟ କାର୍ଯ୍ୟାଳୟ ଶ୍ରୀଲଙ୍କାରେ ଥିବା ବେଳେ ୧୬ଟି ଦେଶରେ ଏହାର ୫୩ଟି କାରଖାନା ରହିଛି।

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!