ମୀନକେତନଙ୍କୁ ଲାଇଫ୍‌ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ

ହେଲ୍ଥଭିଲେର ଚେୟାରମ୍ୟାନ ଡ. ସତ୍ୟବ୍ରତ ମୀନକେତନଙ୍କୁ ସମଗ୍ର ଓଡ଼ିଶା ଏବଂ ଭାରତରେ ନେଚେରୋପାଥି ଚିକିସତ୍ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଜାତୀୟ ନେଚେରୋପାଥି ସଙ୍ଗଠନ ତଥା ୱାଲଡେନ ଉଡ୍ସ ଫାଉଣ୍ଡେଶନ ପକ୍ଷରୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ (ଜୀବନବ୍ୟାପୀ କୃତିିତ୍ୱ ସମ୍ମାନ)ରେ ସମ୍ମାନିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ନବରତ୍ନ ପି.ଏସ.ୟୁ.ର ପ୍ରାକ୍ତନ ଚେୟାରମ୍ୟାନ ତଥା ଭୁବନେଶର ସ୍ମାର୍ଟସିଟି ପ୍ରକଳ୍ପର ନିର୍ଦ୍ଦେଶକ ଶରତ କୁମାର ଆଚାର୍ଯ୍ୟ, ଏମ୍ସର ପୂର୍ବତନ ତଥା ବର୍ତ୍ତମାନର ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଡ. ମୀନକେତନଙ୍କୁ ଉକ୍ତ ସମ୍ମାନରେ ସମ୍ମାନିତ କରିଛନ୍ତି।

ବିଶେଷକରି ପ୍ରାକୃତିକ ଚିକିତ୍ସା ପଦ୍ଧତି ଦ୍ୱାରା ସାମଗ୍ରିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନେଚେରୋପାଥି ଚିକିତ୍ସାର ଆବଶ୍ୟକତା ରହିଛି। ଏପରିକି ସମଗ୍ର ପୂର୍ବାଞ୍ଚଳ ଜୋନର ପ୍ରସିଦ୍ଧ ନେଚେରୋପାଥି କେନ୍ଦ୍ର ହେଲ୍ଥଭିଲେର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନ ଦୀର୍ଘ ବର୍ଷଧରି ନିରବଚ୍ଛିନ୍ନ ସାଧନା କରିଆସୁଛନ୍ତି। ଏ ସମ୍ପର୍କରେ ଡ. ସତ୍ୟବ୍ରତ ମୀନକେତନ କହିଥିଲେ, ପ୍ରାକୃତିକ ଚିକିତ୍ସାର ଅତି ସହଜ, ସରଳ ପ୍ରତିକ୍ରିୟା ବିହୀନ, ନିରାମୟ ପଦ୍ଧତି ସ୍ବାସ୍ଥ୍ୟ କ୍ଷେତ୍ରରେ ଜନହିତୈଷୀ ବିପ୍ଳବ ଆଣିପାରିବ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!