ଶ୍ରମିକଙ୍କ ନିକଟତର ଉଦ୍ଧାରକାରୀ ଦଳ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ସିଲ୍କିୟାରା ଟନେଲ ଭୁଶୁଡ଼ିବା ଘଟଣାରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏକାଦଶ ଦିନରେ ପହଞ୍ଚିଛି। ଆଉ ମାତ୍ର ୧୨ ମିଟର ଖୋଳା ହୋଇଗଲେ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଯାଇ ପାରିବେ ଉଦ୍ଧାରକାରୀ ଦଳ। ଶ୍ରମିକମାନଙ୍କୁ ଉଦ୍ଧାର କରାଗଲା ପରେ ପ୍ରଥମେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ।

ସେଥିପାଇଁ ସୁଡ଼ଙ୍ଗ ବାହାରେ ୨୦ଟି ଆମ୍ବୁଲାନ୍ସ ପହଞ୍ଚିସାରିଛି ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଆଉ ୧୨ ମିଟରରୁ କମ୍ ଡ୍ରିଲିଂ ବାକି ଥିବା ବେଳେ ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଇଁ ଶଯ୍ୟା ପ୍ରସ୍ତୁତ କରିଛନ୍ତି। ଖୁବ୍ଶୀଘ୍ର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

ଝାଡ଼ଖଣ୍ଡ ସରକାର ଆଜି କହିଛନ୍ତି ଯେ ରାଜ୍ୟର ୧୫ ଶ୍ରମିକଙ୍କୁ ସୁସ୍ଥ ଘୋଷଣା କରାଯିବା ପରେ ସରକାର ସେମାନଙ୍କୁ ଏୟାରଲିଫ୍ଟ କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନଙ୍କୁ ଡେରାଡୁନରୁ ବିମାନ ଯୋଗେ ରାଞ୍ଚି ଅଣାଯିବ ବୋଲି ରାଜ୍ୟ ସରକାର କହିଛନ୍ତି।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!