ଓଡିଶା ହେଉଛି ଶିଳ୍ପ ସମୃଦ୍ଧ

ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ୍ ହେବ ଓଡ଼ିଶା। ଏଥି ପାଇଁ ରାଜ୍ୟ ସରକାର ଅନେକ ବଡ଼ ପଦକ୍ଷେପ ନେଇଛନ୍ତି । ୮୪୮ ବୃହତ ଶିଳ୍ପକୁ ଅନୁମୋଦନ ମିଳିଛି । ଏଥିରୁ କିଛି ଶିଳ୍ପ ଆରମ୍ଭ ହେଲାଣି । ଯେଉଁଥିରେ ୨୧ ଲକ୍ଷ ୭୩ହଜାର ୮୭୧.୩୪ କୋଟି ପୁଞ୍ଜି ନିବେଶ ହେଉଛି। ଏଥିରେ ୯ଲକ୍ଷ୧୪ହଜାର୮୯୫ ନିଯୁକ୍ତି ସୃଷ୍ଟି ହେବ ବୋଲି ବିଧାନସଭାରେ କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।

ବିଧାନସଭା ଶୀତ ଅଧିବେଶନର ଆଜି ଚତୁର୍ଥ ଦିନରେ ଗୃହ ସ୍ବାଭାବିକ ହୋଇଛି । ଗୃହରେ ଚାଲିଛି ଶିଳ୍ପ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟ । ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ପ୍ରତି ଦୁଇ ବର୍ଷରେ ଥରେ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ହେବ। ଓଡ଼ିଶାର ଖଣି, ଶକ୍ତି, କୃଷି ପରି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ନୀତି ହୋଇଛି। ସବୁ ଜିଲ୍ଲାରେ ଗୋଟେ ଇଣ୍ଡଷ୍ଟ୍ରି ହେବ। ଯାଜପୁର କଳିଙ୍ଗନଗର ଷ୍ଟିଲ ହେବ, ପାରାଦ୍ୱୀପ ହେବ ପେଟ୍ରୋ କେମିକାଲ ହବ, ସମ୍ବଲପୁର, ରେଙ୍ଗାଲି ହେବ ଷ୍ଟିଲ ଓ ଆଲୁମିନିଅମ ହବ ହେବ। ଗୋପାଳପୁର ହେବ ଅକ୍ଷୟ ଶକ୍ତି ଉତ୍ପାଦନ ହବ। ଓଡ଼ିଶା ନୀତିକୁ କେନ୍ଦ୍ର ବି ପ୍ରଶଂସା କରିଛି। ପୁଞ୍ଜି ନିବେଶ ପୋର୍ଟାଲରେ ଆବେଦନ କଲେ ୬୦ ଦିନ ଭିତରେ ପାସ ହେବ। ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି। ଜାତୀୟ ହାର ୨୧-୨୨% ଥିବାବେଳେ ଓଡ଼ିଶାରେ ୪୦% ରହିଛି। ମେକ ଇନ ଓଡ଼ିଶାରେ ୭୪୧ ପ୍ରସ୍ତାବ ଆସିଛି। ଯେଉଁଥିରେ ୪୬୬ ପ୍ରକଳ୍ପ ମଞ୍ଜୁରୀ ପାଇଛି। ଅନେକ ଶିଳ୍ପ ସଂସ୍ଥାକୁ ଜମି ହସ୍ତାନ୍ତର ବି ହୋଇ କାମ ଆରମ୍ଭ ହେଲାଣି । ଷ୍ଟାର୍ଟ ଅପ ନୀତି ବି ଏଥିରେ ବଡ଼ ଭୂମିକା ନେଇଛି ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!