ସୁଶୀଲ ଲୋହାନୀ: ଉତ୍ତରଦାୟିତ୍ବର ପୂଜାରୀ

() ଲୋକାଭିମୁଖୀ ସରକାରର ମୂଳଦୁଆ ହେଉଛି ଉତ୍ତରଦାୟୀ ପ୍ରଶାସନ । ଦାୟିତ୍ବ, କର୍ତ୍ତବ୍ୟ ଓ ସମର୍ପଣର ନିଷ୍ଠା ଏକ ରାଜ୍ୟର ଉନ୍ନତି ଏବଂ ବିକାଶର ଭାଗିଦାରୀ ସାଜିଥାଏ  । ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ତିନି ମେରୁଦଣ୍ଡ ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା । କାର୍ଯ୍ୟପାଳିକାର ଗୁରୁଦାୟିତ୍ବ ନା ତୁଳନୀୟ ଓ ବର୍ଣ୍ଣାନାତ୍ମକ । ସରକାରୀ ନିର୍ଦ୍ଦେଶ ଓ କାର୍ଯ୍ୟଶୈଳୀକୁ ଲୋକଙ୍କ ପାଖରେ ପହଞ୍ଚାଇ ଜନସେବାର ଦାୟିତ୍ବକୁ ସୁଚାରୁରୂପେ ସଂପାଦନ କରୁଥିବା ଜଣେ ନିଷ୍ଠାବାନ ବ୍ୟକ୍ତି ହେଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

୧୯୯୫ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଶୀଲ ଲୋହାନୀ । ଘର ବିହାରରେ ହେଲେ ମନ ତାଙ୍କର ଓଡ଼ିଶାରେ । ଜଣେ ଅଣଓଡ଼ିଆ ହୋଇ ମଧ୍ୟ ଓଡ଼ିଶାର ପାଣି, ପବନ, ସଂସ୍କୃତି ଓ ପରମ୍ପରାକୁ ଆପଣାର କରିନେଇଛନ୍ତି ସୁଶୀଲ । ଓଡ଼ିଆଙ୍କ ସାଥେ ସାଥେ ରହି ଓଡ଼ିଶା ବିକାଶରେ ରାଜ୍ୟ ସରକାରଙ୍କ ପ୍ରତିଟି ନିର୍ଦ୍ଦେଶକୁ ସୂଚାରୁରୂପେ ସଂପାଦନ କରି ଖାଲି ସରକାରଙ୍କର ନୁହେଁ ବରଂ ଲୋକଙ୍କ ନିକଟରେ ପରିଚିତ ଓ ଆପଣାର ଚେହେରା ପାଲଟିଛନ୍ତି   ଓଡ଼ିଶା କ୍ୟାଡରରେ ନିଯୁକ୍ତି ପାଇବା ପରେ ସେ ବଲାଙ୍ଗୀର, କେନ୍ଦୁଝର ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ରହିସାରିଛନ୍ତି । ବଲାଙ୍ଗୀରରେ ଜିଲ୍ଲାପାଳ ଅବଧି ସମୟରେ ତାଙ୍କର ପ୍ରଶାସନିକ ଦକ୍ଷତା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା  । କେନ୍ଦୁଝର ଜିଲ୍ଲାରେ ତାଙ୍କ କାର୍ଯ୍ୟଶୈଳୀ ସାରା ଦେଶ ପାଇଁ ସାଜିଥିଲା ଉଦାହରଣ  । ଡିଏମଏଫ ପାଣ୍ଠିର ବ୍ୟବହାର କରି ଖଣି ଅଞ୍ଚଳରେ ବିକାଶର ନୂଆ ସୂର୍ଯୋଦୟ କରିଥିଲେ ସୁଶୀଲ  । ଯାହାକି କେନ୍ଦୁଝରବାସୀଙ୍କ ଜୀବନଜୀବିକା ବଦଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା  ।

ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ତୁଲାଇ ଉଭୟ ରାଜ୍ୟ ଓ ଲୋକଙ୍କ ବିକାଶ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିଲେ ସୁଶୀଲ । ପରବର୍ତ୍ତୀ ସମୟରେ ସେ ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ହୋଇଥିଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଅବକାରୀ ବିଭାଗର କମିଶନର, ଜିଏସ୍‌ଟି କମିଶନର ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ ଦାୟିତ୍ବ ତୁଲାଇ ବିଭାଗ ପାଇଁ ସଫଳତା ଆଣିଛନ୍ତି  । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିବା ସମୟରେ ଏକାଧିକ ଉପ ନିର୍ବାଚନକୁ ସଫଳତାର ସହ ପରିଚାଳନା କରିଛନ୍ତି  । କରୋନା ସମୟରେ ଶୃଙ୍ଖଳାର ସହିତ ପିପିଲି, ବାଲେଶ୍ବର, ତିର୍ତ୍ତୋଲ ଉପନିର୍ବାଚନକୁ ପରିଚାଳନା କରି ଅନେକ ସଫଳତା ସାଉଁଟିଥିଲେ  । ଏହାଛଡ଼ା ଅବକାରୀ ଓ ଜିଏସ୍‌ଟି ବିଭାଗରେ ଦାୟିତ୍ୱ ତୁଲାଇ ସେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି  । ତାଙ୍କ ନେତୃତ୍ୱରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜିଏସ୍‌ଟି ଠକେଇର ପର୍ଦ୍ଦାଫାଶ ହୋଇଛି । ରାଜ୍ୟ ବାହାରର ରାକେଟର ଭାଣ୍ଡାଫୋଡ଼ ସହିତ ରାଜ୍ୟରେ ଜିଏସଟି ସଂଗ୍ରହ ମଧ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ଅବକାରୀ ବିଭାଗରେ ସେ କାର୍ଯ୍ୟକରିବା ସମୟରେ ଓଡ଼ିଶା ଡିଜିଟାଲ ଇଣ୍ଡିଆ ସ୍କଚ୍ ପୁରସ୍କାର ଲାଭ କରିଥିଲା  । ଡେପୁଟେସନରେ କେନ୍ଦ୍ର ସରକାରଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ବି ସମ୍ଭାଳିଛନ୍ତି ଓଡ଼ିଶାର ଟପ୍ ଅଫିସର ସୁଶୀଲ ଲୋହାନୀ  ।

ଏବେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ସୁଶୀଲ କୁମାର ଲୋହାନୀ । ଓଡ଼ିଶା ସରକାର ପଞ୍ଚାୟତକୁ ଅଧିକ କ୍ଷମତା ପ୍ରଦାନ କରୁଛନ୍ତି  । ଆମ ଓଡ଼ିଶା ଓ ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ  ପ୍ରତି ପଞ୍ଚାୟତରେ ବିକାଶକୁ ଗୁରୁତ୍ବ ଦିଆଯାଉଛି  । ଏହା ମାଧ୍ୟମରେ ପଞ୍ଚାୟତ ଗୁଡ଼ିକରେ ପ୍ରାୟ ୫୦ ଲକ୍ଷ ଟଙ୍କା ଅନୁଦାନରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯିବ । ଏଭଳି ଗୁରୁଦାୟିତ୍ବ ଏବେ ସୁଶୀଲଙ୍କ ଉପରେ ନ୍ୟସ୍ତ ହୋଇଛି । ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ଓ ଅଭିଜ୍ଞତା କାରଣରୁ ସୁଶୀଲ ରାଜ୍ୟ ସରାକାରଙ୍କ ପସନ୍ଦ ପାଲଟିଛନ୍ତି  ।  ଜଣେ ନିର୍ବିବାଦୀୟ, ନିଷ୍ଠାବାନ ଓ ସମର୍ପିତ ବ୍ୟକ୍ତି ଭାବେ ସାରା ଓଡ଼ିଶାବାସୀଙ୍କ ମନ ଜିଣିଛନ୍ତି ସୁଶୀଲ  । ବରିଷ୍ଠ ଆଇଏଏସ ଅଫିସର ଭାବେ ରାଜ୍ୟ ସରକାରଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି  । ସରକାରଙ୍କ ପ୍ରତିଟି ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ଲୋକଙ୍କ ବିକାଶ ଦିଗରେ ସର୍ବଦା କାମ କରୁଛନ୍ତି  ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!