କାଲି ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର

କାଲି ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନବନ୍ଦରରେ ଅବତରଣ କରି ଏହାର ଶୁଭାରମ୍ଭ କରିବେ । ୫T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ । ପରୀକ୍ଷା ମୂଳକ ଭାବେ ବିମାନ ବନ୍ଦରରେ ଗତକାଲି ଅବତରଣ କରିଥିଲା ଗୋଟିଏ ବିମାନ । ଟ୍ରାଏଲ ରନ ସଫଳ ହୋଇଥିବା କହିଛନ୍ତି ବିମାନର ମୁଖ୍ୟ ପାଇଲଟ୍ ଓ ଡିଜିସିଏ ଅଧିକାରୀ । ଏଠାକାର ଭିତ୍ତିଭୂମି ଓ ସୁବିଧା କୁ ସନ୍ତୋଷ ପ୍ରକାଶ କରିଛନ୍ତି ପାଇଲଟ ଟିମ ।

ଖୁବ ଶୀଘ୍ର ମାଲକାନଗିରି ରୁ ଯାତ୍ରୀବାହୀ ବିମାନ ଚଳା ଚଳ ଆରମ୍ଭ କରିବ । ୧୬୦୦ ମିଟର ରନ ଓ୍ବେ ଥିବା ମାଲକାନଗିରି ଏୟାର ପୋର୍ଟରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରି ପାରିବ ବୋଲି ପାଇଲଟ କହିଛନ୍ତି । ପ୍ରାୟ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ରନୱେ ପ୍ରସ୍ତୁତି ହୋଇଛି ।

ଆବଶ୍ୟକ ସ୍ଥଳେ ଏହାକୁ ତିନି କିଲୋମିଟର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇ ପାରିବ । ମାଲକାନଗିରି ଜିଲ୍ଲାକୁ ଆକାଶ ପଥରେ ଯୋଡ଼ିବା ଲାଗ ମୁଖ୍ୟମନ୍ତ୍ରୀ ଯେଉଁ ସପ୍ନ ଦେଖିଥିଲେ ତାହା ବାସ୍ତବ ରୂପ ନେଉଛି।  ଯୁଦ୍ଧ କାଳିନ ଭିତିରେ ମାଲକାନଗିରି ଏୟାରପୋର୍ଟ କାର୍ଯ୍ୟ ଜାରି ରହିଥିବା ବେଳେ, ଏହାର ତଦାରଖ କରିଛନ୍ତି ଡିଜିସିଏର ଏକ ଟିମ । ମାତ୍ର ୧୪ ମାସରେ ୫୪ କୋଟି ଟଙ୍କା ବ୍ୟାୟ ଅଟକଳରେ ଏହି ଏୟାର ପୋର୍ଟ ନିର୍ମାଣ ହୋଇ ପାରିଛି ।

ବିମାନ ବନ୍ଦରର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ କରିଛନ୍ତି । ମାଲକାନଗିରିରେ ବିମାନବନ୍ଦର ହେଉଥିବାରୁ ଉତ୍ସାହିତ ଅଛନ୍ତି ଜିଲ୍ଲବାସୀ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବିମାନରେ ମାଲକାନଗିରିରେ ଅବତରଣ କରୁଥିବାରୁ ଶେଷ ପ୍ରସ୍ତୁତି କାର୍ଯ୍ୟକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!