ଗାଁରୁ ସହର ଗଡୁଛି ପରିକ୍ରମା ଅର୍ପଣ ରଥ

 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ। ଜାନୁଆରୀ ୧୭ରେ ହେବ ଲୋକାର୍ପଣ । ପ୍ରବିତ୍ର ଉତ୍ସବ ପାଇଁ ଭକ୍ତି ଅର୍ଘ୍ୟ ପ୍ରଦାନ କରୁଛନ୍ତି ଭକ୍ତ। ଗଡୁଛି ପରିକ୍ରମା ଅର୍ପଣ ରଥ। ସଂଗ୍ରହ କରାଯାଉଛି ଗୁଆ ଓ ଅରୁଆ ଚାଉଳ। ଗାଁରୁ ସହର ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ପୁରା ଅଂଚଳ । ଆଜିଠୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବୁଲୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଜୟ ଜଗନ୍ନାଥ ଧ୍ବନୀରେ ଗଗନ ପବନ ହେଉଛି ମୁଖରିତ । ଶ୍ରୀମନ୍ଦିର ପରିକ୍ରମା ରଥକୁ ସ୍ବାଗତ କରିବା ସହ ଶାନ୍ତି ଶୃଙ୍ଖଳାର ସହ ପରିକ୍ରମା କରାଇବା ପାଇଁ ବିଏମସି ବ୍ୟବସ୍ଥା କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯେପରି ଅଧିକରୁ ଅଧିକ ଜଗନ୍ନାଥପ୍ରେମୀ ସାମିଲ ହୋଇପାରିବେ, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ବିଏମସି । ପ୍ରତି ଓ୍ବାର୍ଡରୁ ଗୁଆ ଚାଉଳ ସଂଗ୍ରହ ହେଉଛି। ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସୂଚାରୁରୂପେ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଇଛି । କମିଟିରେ କର୍ପୋରେଟର ଏବଂ ବିଏମସି ଅଧିକାରୀମାନେ ସାମିଲ ହୋଇଥିଲେ ।

ପରିକ୍ରମା ରଥ କେଉଁଠାରୁ ବାହାରିବ, କେତୋଟି ସଂକୀର୍ତନ ମଣ୍ଡଳୀ ଆସିବେ, ସେମାନଙ୍କର ଖାଇବା, ରହିବା, ପରିକ୍ରମା କରିବା ଏବଂ ପୁରୀ ଯିବା ଆସିବା ଆଦି କାର୍ଯ୍ୟ ସୂଚାରୁ ରୂପେ କରିବା ପାଇଁ ନିଷ୍ପତ୍ତି ନେଇଛି ବିଏମସି । ପ୍ରତି ୩ଟି ଓ୍ବାର୍ଡକୁ ନେଇ ଏକ ୟୁନିଟ୍ ବା କ୍ଲଷ୍ଟର ଗଠନ କରାଯାଇଛି । ୩ଟି ଓ୍ବାର୍ଡର କେନ୍ଦ୍ରସ୍ଥଳୀ କିମ୍ବା ଜଗନ୍ନାଥ ମନ୍ଦିର କିମ୍ବା ତିନି ଓ୍ବାର୍ଡର କର୍ପୋରେଟର କେଉଁ ମନ୍ଦିରରୁ ପରିକ୍ରମା ରଥ ବାହାର କରି କେଉଁ କେଉଁ ରାସ୍ତା ଦେଇ ଓ୍ବାର୍ଡ ପରିକ୍ରମା କରିବ, ତାର ଏକ ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି ।

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!