+2 ଛାତ୍ରଛାତ୍ରୀଙ୍କୁ ନିଟ୍ ଓ ଜେଇଇ କୋଚିଂ

 

ନିଟ୍ ଓ ଜେଇଇ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର  । ପ୍ଲସ ଟୁ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ କୋଚିଂ । ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ଦୁଇଟି ସିଟିଂରେ କୋଚିଂ ଦିଆଯିବ । ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ରେଗୁଲାର କୋଚିଂ ପାଇ ପାରିବେ । ସକାଳ ୮ଟା ୩୦ରୁ ୧୦ ଯାଏ  ନିଟ୍ ଏବଂ ଅପରାହ୍ମ ୨ଟା ୩୦ରୁ ୩ଟା ୩୦ ଯାଏ ଜେଇଇ କୋଚିଂ ଦିଆଯିବ  ।ଅନଲାଇନ୍ କୋଚିଂ ବ୍ୟବସ୍ଥା କରିବାକୁ ଡିଏଚଏସଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି  । ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ନିଟ ଓ ଜେଇଇ କୋଚିଂ ଦିଆଯିବା ନେଇ ନିର୍ଦ୍ଦେଶ ହୋଇଛି  ।୪୦ରୁ ୫୦ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ପରାମର୍ଶଦାତା ଶିକ୍ଷକ ଗାଇଡ୍ କରିବେ  । ଏକ୍ସପର୍ଟମାନେ ଏହି କୋଚିଂ ପ୍ରଦାନ କରିବେ  । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧିଲାଗି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏହି ବ୍ୟବସ୍ଥା କରିଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!