ଟନେଲ ଭିତରେ ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଖନନ କାର୍ଯ୍ୟ ଶେଷ ହୋଇଛି।

ଟନେଲର ଧସିଥିବା ସ୍ଥାନରୁ ଶ୍ରମିକଙ୍କୁ ବାହାର କରାଯିବା ପରେ ସେମାନଙ୍କର ପ୍ରଥମେ ଅସ୍ଥାୟୀ ହସ୍ପିଟାଲରେ ଚିକିତ୍ସା କରାଯିବ। ଏଥିପାଇଁ ୮ଟି ଶଯ୍ୟା ଓ ଚେୟାର ପ୍ରସ୍ତୁତ କରି ରଖାଯାଇଥିବା ଫଟୋ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ୪ଟି ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ ହେବ। ଏଥିପାଇଁ ଏନଡିଆରଏଫ ଦଳ ଭିତରକୁ ପ୍ରବେଶ କରିଛନ୍ତି।

ଶ୍ରମିକମାନେ ଗତ ୧୭ଦିନ ଧରି ଏଠାରେ ଫସି ରହିଥିଲେ। ଏଭଳି ପରିସ୍ଥିତିରେ ସେମାନଙ୍କୁ ବାହାରକୁ ଆଣିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ୧୭ଦିନ ଉଦ୍ଧାର କାର୍ଯ୍ୟ ଚାଲିବା ସହ ବିଭିନ୍ନ ପ୍ରକାରର ମସିନର ବ୍ୟବହାର ପରେ ଆଜି ଟନେଲ୍ ଭିତରକୁ ଯିବାର ରାସ୍ତା ସଫା ହୋଇଛି। ଏବେ ଶ୍ରମିକମାନଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ଆରମ୍ଭ ହେବ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!