୨ ଦିନରେ ୧୦୦ କୋଟି ଇନ୍‌କମ୍‌

ବଡ଼ ପରଦାରେ ହିଟ୍‌ କରୁଛି ରଣବୀର କପୁରଙ୍କ ଫିଲ୍ମ ଆନିମଲ  । ଅନୀଲ କପୁର ଓ ରଣବୀରଙ୍କ ବାପାପୁଆ କାହାଣୀକୁ ଅତି ସୁନ୍ଦରଭାବେ ଉପସ୍ଥାପନା କରାଯାଇଛି । ଫ୍ୟାମିଲି ଡ୍ରାମା, ଇମୋସନ, ରୋମାନ୍ସ, ଆକ୍ସନ ଓ ଥ୍ରୀଲରକୁ କାହାଣୀରେ ସ୍ଥାନ ଦିଆଯାଇଛି । ସେପଟେ ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ସହ ରଣବୀରଙ୍କ ଅନସ୍କ୍ରିନ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ରିଲିଜ ପୂର୍ବରୁ ଆନିମଲ ରେକର୍ଡ ସ୍ତରରେ ପ୍ରିବୁକିଂ ମଧ୍ୟ ହୋଇଥିଲା । ସିନ୍ଦିପ ବାଙ୍ଗା ରେଡ୍ଡୀ ଆନିମଲର ନିର୍ଦ୍ଦେଶନା ଦେଇଛନ୍ତି ।ଏବେ ମାତ୍ର ୨ ଦିନରେ ୧୦୦ କୋଟି କମେଇଲାଣି ଏହି ଫିଲ୍ମ । ସେପଟେ ଭିକି କୌଶଲଙ୍କ ସାମ ବାହାଦୂର । ପୂର୍ବତନ ସେନାଧିକାରୀ ସାମ ମାନେକଶାଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ହୋଇଛି ସିନେମା । ମୁଖ୍ୟ ଭୂମିକାରେ ଭିକି କୌଶଳଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!