ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ(ପିଏନ୍ବି)ର ପରିଚାଳନା ନିର୍ଦ୍ଦେଶକ ବିଭୁ ପ୍ରସାଦ ମହାପାତ୍ର ରେଭେନ୍ସା ୟୁନିଭର୍ସିଟିର ମହାନଦୀ କ୍ୟାମ୍ପସ୍ରେ ନୂତନ ଭାବେ ଖୋଲାଯାଇଥିବା ପିଏନ୍ବି ମଣ୍ଡଳର ୭୦ତମ ଶାଖାକୁ ପରିଦର୍ଶନ କରିଛନ୍ତି। ଏ ଅବସରରେ ବ୍ୟାଙ୍କର ଅଞ୍ଚଳ ମୁଖ୍ୟ ଏ.ଉଦୟ ଭାଷ୍କର ରେଡ୍ଡୀ, ମଣ୍ଡଳ ମୁଖ୍ୟ ଜଗବନ୍ଧୁ ପାଢୀ, ଏମ୍ସିସି ମୁଖ୍ୟ, ପିଏପି ମୁଖ୍ୟ, ମୁଖ୍ୟ ପ୍ରବନ୍ଧକ ସୁବାସ ଶତପଥୀଙ୍କ ସମେତ ମଣ୍ଡଳ କାର୍ଯ୍ୟାଳୟ ଓ ଶସ୍ତ୍ର କାର୍ଯ୍ୟାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଗଣ ଉପସ୍ଥିତ ଥିଲେ । ଶ୍ରୀ ମହାପାତ୍ର ତାଙ୍କ ଗସ୍ତ ସମୟ ରେ ସ୍ଥାନୀୟ ଶାଖା ମୁଖ୍ୟ ମାନଙ୍କୁ ଶ୍ରୀ ମହାପାତ୍ର ମୁଖ୍ୟମାନଙ୍କୁ ସମ୍ବୋଧିତ କରିବା ସହ ବ୍ୟାଙ୍କର କର୍ପୋରେଟ୍ କଲ୍ଗୁଡିକ ବିଷୟରେ ଅବଗତ ହୋଇଥିଲେ। ମାର୍କେଟିଂ ମାଧ୍ୟମରେ ନୂତନ ବ୍ୟବସାୟ ଅଧୁଗ୍ରହଣର ଗୁରୁତ୍ବ ଉପରେ ସେ ନିଜର ମତ ବ୍ୟକ୍ତ କରିଥିଲେ । କଟକ ମଣ୍ଡଳ ଅନ୍ତର୍ଗତ ସବୁ ଶାଖା ଆଗାମୀ ଦିନରେ ସମସ୍ତ ପାରାମିଟରରେ ଉତ୍କର୍ଷତା ଲାଭ କରିବା ସହ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।

