ଗୁଗଲ ପ୍ଲେଷ୍ଟୋରରୁ ହଟିଲା ୧୮ଟି ସ୍ପାଏଲୋନ ଆପ୍ । କୋଟି କୋଟି ସଂଖ୍ୟାରେ ଡାଉନଲୋଡ ହେଉଥିବା ଏହି ଆପକୁ ଗୁଗଲ ଶେଷରେ ହଟାଇଛି । ଗତ କିଛି ମାସ ଧରି ଏହି ଆପଗୁଡିକୁ ବିପୁଳ ସଂଖ୍ୟାରେ ଡାଉନଲୋଡ କରାଯାଇଥିଲା । ଏହି ଲେଣ୍ଡିଂ ଆପ୍ ଜରିଆରେ ୟୁଜରମାନଙ୍କ ବିପୁଳ ତଥ୍ୟ ସଂଗ୍ରହ କରାଯାଉଥିବା ସହ ଧାରକମାନଙ୍କୁ ନାନା ଉପାୟରେ ବ୍ଲାକମେଲ କରାଯାଉଥିବା ଅଭିଯୋଗ ହେଉଥିଲା । ଏହା ସହ ଧାରକମାନଙ୍କଠାରୁ ଅଧିକ ସୁଧହାରରେ ଟଙ୍କା ଅସୁଲ କରିବା ଜଣାଯାଇଥିଲା । ପ୍ଲେଷ୍ଟୋରରୁ ଏହି ଆପଗୁଡିକୁ ହଟାଯାଇଥିବା ସତ୍ତ୍ବେ ଆଣ୍ଡ୍ରଏଡ ୟୁଜରମାନେ ମାନୁଆଲ ଭାବେ ସେମାନଙ୍କ ଫୋନରୁ ଏହି ଆପଗୁଡିକୁ ହଟାଇବା ଲାଗି ପରାମର୍ଶ ଦିଆଯାଇଛି ।

