ଦୁର୍ଘଟଣାରେ କାର୍ ଜଳିଗଲା, ୮ ବର୍ଷର ଶିଶୁ ସମେତ ୮ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶର ନୈନିତାଲ ହାଇୱେରେ ଏକ କାର୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାପରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା। କାର୍ଟି ତତ୍କ୍ଷଣାତ ଜଳିଯିବାରୁ ଏଥିରେ ଥିବା ସମସ୍ତ ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷର ଶିଶୁ ଥିବା ଜଣାପଡ଼ିଛି। କାର୍ଟି ଏକ ବିବାହ ସମାରୋହରୁ ଫେରୁଥିବା ବେଳେ ଭୋଜିପୁରା ଥାନାଠାରୁ ପ୍ରାୟ ୧ କିମି ଦୂରରେ ଦୁର୍ଘଟଣାର ଶିକାର ହୋଇଥିଲା। ଜଳିଯାଇଥିବା କାର୍ଟି ଏକ ଅର୍ଟିଗା (ସିଏନ୍ଜି) ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । କାର୍ଟି ନିୟନ୍ତ୍ରଣ ହରାଇ ଡିଭାଇଡର ଭାଙ୍ଗି ଏକ ଟ୍ରକ୍ ସହ ଧକ୍କା ହେବାପରେ ଜଳିଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!