ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମ ରାୟ । ରାଜ୍ୟରୁ ଧାରା ୩୭୦ ହଟାଇବା ପ୍ରସଙ୍ଗକୁ ସଠିକ ଦର୍ଶାଇଲେ ସୁପ୍ରିମକୋର୍ଟ । ଜାମ୍ମୁ କାଶ୍ମୀରକୁ ନେଇ ରାଷ୍ଟ୍ରପତି ନେଇଥିବା ନିଷ୍ପତ୍ତିକୁ ସଠିକ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ କେବଳ ଭାରତର ସମ୍ବିଧାନ ଲାଗୁ କରାଯିବ। ଅନ୍ୟ କୌଣସି ସମ୍ବିଧାନ ଲାଗୁ କରାଯିବ ନାହିଁ। ଆସନ୍ତା ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଜାମ୍ମୁ କାଶ୍ମୀରରେ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ସୁପ୍ରିମକୋର୍ଟ। ଯାହା ଦ୍ବାରାକି ଜାମ୍ମୁ କାଶ୍ମୀରରୁ ଏକ ରାଜ୍ୟର ମାନ୍ୟତା ମିଳିବ । ଲଦାଖ କେନ୍ଦ୍ରଶାସିତ ଅଚଳ ଭାବେ ସ୍ଥିତି ବଜାୟ ରହିବ ।ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏହି ରାୟ ଆସିଛି ।

