ଫେବୃଆରୀ ୧୫ରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ବାଦଶ ପରୀକ୍ଷା । ଏନେଇ ଜାରି ହୋଇଛି କାର୍ଯ୍ୟକ୍ରମ । ୨୦୨୪ରେ ହେବାକୁ ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ କାର୍ଯ୍ୟ ସୂଚୀ ଜାରି କରାଯାଇଛି। ଏହି କାର୍ଯ୍ୟସୂଚୀ ଅନୁସାରେ,ଫେବୃଆରୀ ୧୫ରୁ ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ତେବେ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମାର୍ଚ୍ଚ ୧୩ ତାରିଖରେ ଶେଷ ହେଉଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ୍ ୨ରେ ସରିବ।

