ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ପାରା ଗେମ୍ସ ଆରମ୍ଭ । ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩କୁ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ନୂଆଦିଲ୍ଲୀର କେ.ଡି. ଯାଦବ ଇଣ୍ଡୋର ହଲ୍ରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଛି। ଏଥିରେ ୩୨ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କ୍ରୀଡ଼ା ସଂଗଠନର ୧ହଜାର ୪୫୦ ଜଣ କ୍ରୀଡ଼ାବିତ୍ ଭାଗ ନେଇଛନ୍ତି। ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

