ସିଦ୍ଧାନ୍ତ ଦାସ ହେଲେ କେନ୍ଦ୍ର ସିଇସି ଅଧ୍ୟକ୍ଷ

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏକ ନୂତନ କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି (ସିଇସି) ଗଠନ କରିଛି। କମିଟିର ପ୍ରଥମ ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସିଦ୍ଧାନ୍ତ ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଏବେ ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏଥିସହିତ କମିଟିରେ ୩ ଜଣ ସଦସ୍ୟ ଓ ଜଣେ ମେମ୍ବର ସେକ୍ରେଟାରି ରହିଛନ୍ତି। ଚନ୍ଦ୍ର ପ୍ରକାଶ ଗୋଏଲ, ସୁନୀଲ ନିମାଏ, ଜେ.ଆର. ଭଟ୍ଟ ସଦସ୍ୟ ଥିବାବେଳେ ମନ୍ତ୍ରଣାଳୟର ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଅଫ୍ ଫରେଷ୍ଟ ଭାନୁମଥି ଜି. ଙ୍କୁ ମେମ୍ବର ସେକ୍ରେଟାରି ଭାବେ ମନୋନୀତ କରାଯାଇଛି। ୨୦୦୨ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସିଇସି ଗଠନ କରାଯାଇଥିଲା। କାର୍ଯ୍ୟଭାର ବଢୁଥିବାରୁ ଏକ ନୂତନ କମିଟି ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ କମିଟି ଜଙ୍ଗଲ, ପରିବେଶ, ଜୀବଜନ୍ତୁ ସୁରକ୍ଷା ସହ ବିଭିନ୍ନ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ଦେବାରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସହାୟକ ହେବ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!