ଭାରତର ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଡ୍ ଇବ୍ରାହିମ୍ ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି । କିଏ ତାଙ୍କୁ କରାଚିରେ ବିଷ ଦେଇଛି । ଭାଇରାଲ ହେଉଥିବା ଖବର ଅନୁଯାୟୀ ତାଙ୍କ ଅବସ୍ଥା ଏବେ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଦାବି କରାଯାଇଛି ।
କିନ୍ତୁ ଦାଉଦ୍ଙ୍କୁ ବିଷ ଦିଆଯାଇଥିବା ଖବର କୌଣସି ରିପୋର୍ଟରେ ପ୍ରମାଣିତ ହୋଇନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ ଯେଉଁ ହସ୍ପିଟାଲରେ ଦାଉଦ୍ଙ୍କୁ ଭର୍ତ୍ତି କରାଯାଇଛି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ଗତକାଲିଠୁ କରାଚିରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଦାଉଦ୍ ଇବ୍ରାହିମକୁ ହସ୍ପିଟାଲ୍ ଭିତରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି ଏବଂ ସେ ହିଁ ଏକମାତ୍ର ରୋଗୀ ଭାବେ ରହିଥିବା ଜଣାପଡିଛି । କେବଳ ଉପରିସ୍ଥ ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ସେହି ଫ୍ଲୋରକୁ ପ୍ରବେଶ ଅନୁମତି ରହିଛି ।
ଅଣ୍ଡରୱାର୍ଲଡ ଡନର ସମ୍ପର୍କୀୟ ଅଲିଶାହ ପାର୍କର ଓ ସାଜିଦ ବାଗଲେଙ୍କ ଠାରୁ ମୁମ୍ବାଇ ପୁଲିସ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି । ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ହେଉଛି ଦାଉଦ ଇବ୍ରାହିମ୍ ।

