ମହାରାଷ୍ଟ୍ରର ଚର୍ଚ୍ଚିତ ପ୍ରିୟା ସିଂହ ମାମଲାରେ ଡିସିପିଙ୍କ ନିର୍ଦ୍ଦେଶରେ ଏସଆଇଟି ଟିମ୍ ବନାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ରବିବାର ପ୍ରିୟା ପୁଲିସର କାର୍ଯ୍ୟଶୈଳୀ ଉପରେ ଅଭିଯୋଗ ଆଣିଥିଲେ । କିଛି ପୁଲିସ କର୍ମୀ ହସ୍ପିଟାଲରେ ପହଞ୍ଚି ତାଙ୍କ ସମ୍ପର୍କୀ;ୟଙ୍କ ଅନୁପସ୍ଥିତିରେ କିଛି ପେପରରେ ତାଙ୍କ ଦସ୍ତଖତ ନେବାକୁ ଚାହିଁଥିଲେ କିନ୍ତୁ ପ୍ରିୟା ମନା କରିବାରେ ସେମାନେ ରାଗିଯାଇଥିଲେ ।
ଏହା ସେ ଇନଷ୍ଟାରେ ପୋଷ୍ଟ କରିବା ପରେ ପୋଲିସ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହ ଅଭିଯୁକ୍ତଙ୍କ ଉପରେ ଧାରା ୩୦୭ ଲଗାଯାଇ ସେମାନଙ୍କ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପ୍ରିୟା ।

